ବିପଦ ବଢ଼ାଉଛି ଅବାଧ ହାଇୱା ଚଳାଚଳ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଠାରୁ ଧଳାପଥର ଯାଏଁ ରାସ୍ତା ପାଲଟିଛି ବିପଦସଂଙ୍କୁଳ , ଦିନ ତମାମ ଚାଲୁଛି ବାଲି ବୋଝେଇ ହାଇୱା ! ବାରମ୍ବାର ଘଟୁଛି ଦୁର୍ଘଟଣା , ବହୁବାର ହେଲାଣି ଅଭିଯୋଗ ! ହେଲେ ରାଜସ୍ବ ପାଇ ପ୍ରଶାସନ ନୀରବ , ଆଉ କମିଶନ ଖାଇ ପୁଲିସ ଚୁପ ! ପୁଣି ଘଟିଛି ଏକ ଦୁର୍ଘଟଣା , ବଡବେରେଣା ଗ୍ରାମ ନିକଟରେ ଦୁର୍ଘଟଣା ରେ ଜଣେ ମୃତ, ଜଣେ ଗୁରୁତର l ଖୋର୍ଦ୍ଧା କଣ୍ଟିଲୋ ମୁଖ୍ଯ ରାସ୍ତାର ବଡବେରଣା ଗାଁ ନିକଟରେ ହାଇୱା ସ୍ତ୍ରୀ ମୃତ ସ୍ବାମୀ ଆହତ ! ମୃତକ ହେଲେ ବଡମ୍ବା ଗୋପମଥୁରା ଗ୍ରାମର ପ୍ରମିଳା ଲେଙ୍କା , ବଡମ୍ବାରୁ ଭୁବନେଶ୍ବର ସ୍କୁଟି ରେ ଯାଉଥିବା ବେଳେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ! ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯିବା ସହିତ ଖୋର୍ଦ୍ଧା କଣ୍ଟିଲୋ ମୁଖ୍ୟ ରାସ୍ତା ରେ ଗାଡି ଚଳାଚଳ ବନ୍ଦ କରିଥିଲେ ସ୍ଥାନୀୟ ଲୋକେ l

Leave a Reply

Your email address will not be published. Required fields are marked *