ୟୁ ଟେକ୍ କମ୍ପ୍ୟୁଟର ସଭା ଗୃହରେ ଗଜପତି କରଣ ସମାଜର ଦ୍ଵିତୀୟ ବୈଠକ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ସଭାଗୃହରେ ଗଜପତି କରଣ ସମାଜର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଅମିତ୍ କୁମାର ପଟ୍ଟନାୟକଙ୍କ ପରିଚାଳନା ଏବଂ ଶ୍ରୀ ହରିମୋହନ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅବସର ପ୍ରାପ୍ତ ସେନା ଅଧିକାରୀ ଶ୍ରୀ ମଲିକାର୍ଜୁନ ପଟ୍ଟନାୟକ, ନେତ୍ରାନନ୍ଦ ପଟ୍ଟନାୟକ, ଡଃ ଚିନ୍ତାମଣି ପଟ୍ଟନାୟକ, ଜଗଦୀଶ ମହାପାତ୍ର, ବ୍ରଜନନ୍ଦ ପଟ୍ଟନାୟକ, ସାରଳା ଦେବ ପଟ୍ଟନାୟକ ଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ । ଏହି ଅବସରରେ ଗଜପତି ଜିଲ୍ଲା ତଥା ଜିଲ୍ଲା ବାହାରେ ଥିବା କରଣ ମାନଙ୍କୁ କିପରି ଏହି କରଣ ସମାଜରେ ଯୋଡିବା ଏବଂ କରଣ ସମାଜରେ ଥିବା ବିଭିନ୍ନ ସମସ୍ୟା ର ସମାଧାନ କିପରି ସମାଧାନ କରାଯିବ ସେ ନେଇ ଉପସ୍ଥିତ ସଦସ୍ୟ ମାନେ ନିଜ ନିଜର ମତ ପୋଷଣ କରି ଥିଲେ। ଏଥି ସହ ଚଳିତ ଫେବୃଆରୀ ମାସ ୨୫ ତାରିଖରେ ସ୍ଥାନୀୟ କରଣ ସାହି ସ୍ଥ ମନ୍ଦିରରେ ତୃତୀୟ ବୈଠକ ର ଆୟୋଜନ କରିବା ସହ ସଦସ୍ୟ ଯୋଡିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ସଭାରେ ଗଜପତି କରଣ ସମାଜର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *