ହିମସାରମନା ସାହିତ୍ୟ ପରିଷଦର ଏକାଦଶତମ ବାର୍ଷିକ ଉତ୍ସବ !!!

Spread the love

ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ହିମସାରମନା ସାହିତ୍ୟ ପରିଷଦର ଏକାଦଶତମ ବାର୍ଷିକ ଉତ୍ସବ। ସାହିତ୍ୟରେ ଚାଟୁକାରିତା ନ ଥାଏ, ସାହିତ୍ୟିକ ସର୍ବଦା ସ୍ଵାଭିମାନୀ – ପଣ୍ଡିତ ଭୂପତି ଭୂଷଣ ମିଶ୍ର ! ସାହିତ୍ୟିକ ସର୍ବଦା ସ୍ୱଚ୍ଛ ଓ ନିର୍ମଳ ହୃଦୟର ଅଭିବ୍ୟକ୍ତି ପ୍ରକାଶ କରେ। ଓଡ଼ିଶା ସାହିତ୍ୟ ଆକାଶରେ ଭଗବାନଙ୍କୁ ସମର୍ପିତ ସାହିତ୍ୟିକମାନେ ଭକ୍ତି ରସରେ ସଦା ସର୍ବଦା ତଲ୍ଲିନ।ଓଡ଼ିଶାର ସାହିତ୍ୟିକ ମାନେ ସ୍ଵାଭିମାନୀ ହେବା ସହ ସେମାନେ କାହାରି ଚାଟୁକାରିତାକୁ ପସନ୍ଦ କରନ୍ତି ନାହିଁ ବୋଲି ଭଦ୍ରକ ଜିଲ୍ଲାର ଷୋକଳମପୁର ସ୍ଥିତ ହିମସାରମନା ସାହିତ୍ୟ ପରିଷଦର ଏକାଦଶତମ ବାର୍ଷିକ ଉତ୍ସବର ଆୟୋଜିତ ସଭାରେ ସଭାପତି ଭାବରେ ଯୋଗଦାନ କରି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ମତବ୍ୟକ୍ତ କରିଥିଲେ। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଯାଜପୁରର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଅଞ୍ଚଳ ଦାସ ଯୋଗଦାନ କରି ସାହିତ୍ୟର ବିଭିନ୍ନ ଦିଗ, ଭାଷା ଓ ସଂସ୍କୃତିର ସୁରକ୍ଷା, ସ୍ଵାଭିମାନୀ ସାହିତ୍ୟିକର ଦାୟୀତ୍ଵ ଓ କର୍ତ୍ତବ୍ୟବୋଧ ସମ୍ପର୍କରେ ଆଲୋକପାତ କରିଥିଲେ। ଉଦ୍ଘାଟିକା ଭାବରେ ଭଦ୍ରକ ଜିଲ୍ଲାର ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଟୁନୀବାଳା ବିଶ୍ଵାଳ ଯୋଗଦାନ କରି ସାହିତ୍ୟିକ ସଦା ସର୍ବଦା ସମସ୍ତଙ୍କୁ ଭଲ ପାଏ, ସାହିତ୍ୟରେ ଘୃଣାର ସ୍ଥାନ ନ ଥାଏ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବରେ ବରିଷ୍ଠ ପାଲା ଗାୟକ ଶ୍ରୀଯୁକ୍ତ ଜଗନ୍ନାଥ ଧଳ ପାଲା ସାହିତ୍ୟର ବିଭିନ୍ନ ଦିଗ ଓ ଗାୟକ କଳାକର ସ୍ବର୍ଗତ ଅନିରୁଦ୍ଧ ପାଣିଗ୍ରାହୀଙ୍କ ଜୀବନାଦର୍ଶ ଉପରେ ଗଭୀର ଭାବରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଦାମୋଦର ମହାପାତ୍ର, ବ୍ରହ୍ମାକୁମାରୀ ଲକ୍ଷ୍ମୀ ଭଉଣୀ, ଅଭୟ ସୂତାର, ପରିଷଦର ସଭାପତି ହରେକୃଷ୍ଣ ପାଣଗ୍ରାହୀ ଆଦି ଯୋଗଦାନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଯୁବ ଶିକ୍ଷାବିତ୍ ବିଶ୍ବମ୍ବର ରାଉତଙ୍କ ଦ୍ଵାରା ଅତିଥି ପରିଚୟ ଓ ସ୍ବାଗତ ଭାଷଣ, ନୃତ୍ୟ ଶିଳ୍ପୀ ପ୍ରାଚୀ ପରିଚିକା ନାୟକ, ଆଦ୍ୟାଶା ନାୟକ, ଆୟୁଷ୍ମାନ ନାୟକ, ଧରିତ୍ରୀ ବାରିକ୍ ଆଦିଙ୍କ ଦ୍ଵାରା ସ୍ବାଗତ ନୃତ୍ୟ ପରିବେଷଣ,ପରିଷଦର ସଂପାଦକ ଦାମୋଦର ନାୟକଙ୍କ ଦ୍ଵାରା ସଂପାଦକୀୟ ବିବରଣୀ, ଅନୁଷ୍ଠାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସହ ଅନୁଷ୍ଠାନ ସହ ଯୋଡ଼ିତହୋଇ ଏ ସଂସାରରୁ ବିଦାୟ ନେଇଥିବା ବିଗତ ବର୍ଷର ଦିବଂଗତ ଆତ୍ମାଙ୍କ ସ୍ମୃତି ଚାରଣ ସହ ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା ଆଦି କରାଯାଇଥିଲା। ପରିଷଦର ମୁଖପତ୍ର “ପବନ ସୂତ” ପତ୍ରିକାର ଉନ୍ମୋଚନ ସହ ବାମନ ଚରଣ ଜେନାଙ୍କ ରଚିତ ” ମହାକବି କାଳିଦାସଙ୍କ ରଘୁବଂଶ ମହାକାବ୍ୟର ଓଡ଼ିଆ ପଦ୍ୟାନୁବାଦ”, କବି ବୈଲୋଚନ ଜେନାଙ୍କ “ଶ୍ରୀ ଭଜନ ରସାମୃତ୍” ଆଦିର ଉନ୍ମୋଚନ କରାଯାଇଥିଲା। ଦ୍ଵିତୀୟ ପର୍ଯ୍ୟାୟର ସମାବର୍ତ୍ତନ ସମାରୋହରେ ଗାୟକ ସୂଧାବର୍ଷିଣୀ ସୌଦାମିନୀ ପତି, ଶିକ୍ଷକ ଅକ୍ଷୟ କୁମାର ବେହୁରିଆ, ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ,କବୀ ଦେବକୀ ରାଣୀ ସାହୁ,ସମାଜସେବୀ ଅର୍ଜୁନ ଚରଣ ପରିଡା, କଳାକାର ଶତୃଘ୍ନ ଦାସ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନବକିଶୋର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।ତୃତୀୟ ପର୍ଯ୍ୟାୟରେ ସନ୍ଧ୍ୟାରାଣୀ ପୃଷ୍ଟିଙ୍କ ସଂଯୋଜନାରେ ଆୟୋଜିତ କବିତା ଆସରରେ ଶିକ୍ଷାବିତ୍ ପିତାମ୍ବର ରାଉତ,ଭାଗବତ ସୂତାର, ରବୀନ୍ଦ୍ର ମହାରଣା, କବି ତ୍ରିଲୋଚନ ପତି ଆଦି ଯୋଗଦାନ କରିଥିଲେ।ଚତୁର୍ଥ ପର୍ଯ୍ୟାୟରେ ସନ୍ଧ୍ୟାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାୟିକା ସୌଦାମିନୀ ପତିଙ୍କ ଉଚ୍ଚକୋଟୀର ପାଲା ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା।

Leave a Reply

Your email address will not be published. Required fields are marked *