ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା କାନ୍ଥିତଳ ସାହି ସ୍ଥିତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ପରିସରରେ ପୁର୍ବତନ ପ୍ରଶାସନିକ ଅଧିକାରୀ ତଥା ଭାରତୀୟ ଜନତା ପାର୍ଟିର ନେତା ସମ୍ବିତ କୁମାର ତ୍ରିପାଠୀ ଙ୍କ ଉଦ୍ୟମରେ ନମୋ ନବମତଦାତା ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଏହି ସମ୍ମିଳନୀରେ ୧୮ ରୁ ୨୫ ବର୍ଷ ବୟସର ବିଭିନ୍ନ କଲେଜରେ ପଢ଼ୁଥିବା ଯୁବ ପିଢି ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ I ମାନନୀୟ ମୋଦୀଜୀ ଙ୍କର ବହୁମୂଲ୍ୟ ଉଦବୋଧନ ଶୁଣିବା ପରେ ଯୁବପିଢି ମାନଙ୍କୁ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ବଳ କରିବା ପାଇଁ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ମଞ୍ଚାସିନ ବ୍ୟକ୍ତିତ୍ବ ମାନଙ୍କ ମଧ୍ୟରେ ଉପସଭାପତି ଭାରତୀୟ ଜନତା ଯୁବ ମୋର୍ଜା ଅର୍ପିତା ଅପରାଜିତା ବଡ଼ଜେନା , ନିର୍ଦ୍ଦେଶକ କଳିଙ୍ଗ ଆଇ.ଏ.ଏସ ଏକାଡେମୀ ଦିପକ ରାଉତ ଉତ୍ତର ଦେବା ସହିତ ଅରବିନ୍ଦ ଦାସ, ଅଭିଜିତ ମିଶ୍ର, ଚିରଞ୍ଜିବି ବେହେରା ପ୍ରମୁଖ ପିଲା ମାନଙ୍କ ବିଭିନ୍ନ ପ୍ରଶ୍ନର ଉପାଦେୟ ଉପଦେଶ ପ୍ରଦାନ କରିଥିଲେ । ମାନ୍ୟବର ମୋଦୀଜୀ ଙ୍କ ଦ୍ବାରା ପ୍ରବର୍ଷିତ ବିଭିନ୍ନ ଜନହିତକର ଯୋଜନା ଉପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମ୍ବିତ ତ୍ରିପାଠୀଙ୍କ ଦ୍ବାରା ସମାହିତ ହୋଇଥିଲା ଏବଂ ପୁରସ୍କାର ବିତରଣ କରାଯାଇଥିଲା ! ଯୁବନେତା ଚିତ୍ତରଞ୍ଜନ ମିଶ୍ର, ସମସ୍ତ ଯୁବପିଢି, ସହଯୋଗୀ କାର୍ଯକର୍ତ୍ତା ତଥା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବଡମ୍ବା ବିଜେପିର ବରିଷ୍ଠ ନେତୃମଣ୍ଡଳୀ ସୁର୍ଯକିଶୋର ମହାନ୍ତି, ସରୋଜ ରଣା, ଚିତ୍ତରଞ୍ଜନ ମିଶ୍ର, ଡ. ନିରଞ୍ଜନ ଶତପଥୀ, ଦିଲ୍ଲିପ ପଣ୍ଡା, ଅନାମ ସାମଲ, ଚିତ୍ତ ମଲ୍ଲିକ, ସୁରେଶ ବେହେରା ତଥା ଅନ୍ୟ ସମସ୍ତ ଆଗଧାଡି ର କାର୍ଯ୍ୟକର୍ତ୍ତା କାର୍ଯକ୍ରମ କମିଟି କୁ ସଫଳତାର ସହିତ ଆୟୋଜନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ବଡମ୍ବା ବିଜେପି ପକ୍ଷରୁ ସମ୍ବିତ ତ୍ରିପାଠୀ ଙ୍କ ନେତୃତ୍ବରେ ନମୋ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ !!!

