ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କୁହୁଡ଼ିରେ ଢାଙ୍କି ହୋଇ ରହୁଛି ରାତିର ରାଜଧାନୀ ! ରାତି ଏଗାର ପରେ ରାସ୍ତାଘାଟ ଦେଖି ହେଉନାହିଁ ! ଘରର ଛାତ ଉପରେ ଠିଆ ହେଲେ ପାଖ ଘରର ଆଲୋକ ଦୂରର କଥା ଉଜ୍ଜଳ ଷ୍ଟ୍ରିଟ ଲାଇଟ ମଧ୍ୟ ଦେଖା ଯାଉନି ! କୁହୁଡି ପ୍ରଭାବରେ ଜାତୀୟ ରାଜପଥ ଉପରେ ବଢ଼ିବାରେ ଲାଗିଛି ଦୁର୍ଘଟଣା ! ତେବେ ବିଭିନ୍ନ ପ୍ରାକୃତିକ ଘଟଣା ପାଇଁ ଆଗୁଆ ସୂଚନା ମିଳୁଥିବା ସମୟରେ କୁହୁଡି ଉପରେ କାହାର କିଛି ନିୟନ୍ତ୍ରଣ ନାହିଁ ! ଏପରିକି କୁହୁଡି ସମୟରେ ଗାଡି ଚଳାଚଳ ନେଇ କୌଣସି ସତର୍କ ସୂଚନା ମଧ୍ୟ ନାହିଁ ! ଟ୍ରାଫିକ ର ହଳଦିଆ ଆଲୋକ ପରି , ନିଜ ସୁବିଧାରେ ନିଜେ ଯାନ୍ତୁ !
କୁହୁଡି ସମୟରେ ଗାଡି ଚଳାଚଳ ନେଇ କୌଣସି ସତର୍କ ସୂଚନା ନାହିଁ !!!

