ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଭେଟିଲେ କୁକୁଡ଼ା ପାଳନ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ 4 ଦଫା ଦାବି ନେଇ ପ୍ରାଣୀ ଚିକିତ୍ସକ ମାନେ କଳା ବ୍ୟାଜ ପିନ୍ଧି ଶାନ୍ତି ପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ବେଳେ ବିଭିନ୍ନ ବ୍ଳକର କୁକୁଡ଼ା ପାଳନ ଚାଷୀ, ଗୋ ପାଳନ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ସେମାନଙ୍କ ସମସ୍ୟା ନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ନିଜର ସମସ୍ୟା ଜଣାଇବା ସହ ଜିଲ୍ଲାପାଳଙ୍କୁ ନିଜର ସମସ୍ୟା ଜଣାଇବା ସକାଶେ ଆସିଛୁ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ! ତତ ସହିତ ଲିଖିତ ଆକାରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଜଣାଇଥିଲେ ଆଜିକୁ 23 ଦିନ ବିତି ଯାଇଥିଲେ ମଧ୍ୟ 4 ଦଫା ଦାବି ନେଇ ଶାନ୍ତି ପୂର୍ଣ୍ଣ ଭାବେ ପ୍ରାଣୀ ଚିକିତ୍ସା ଅଧିକାରୀ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଯାହା ଫଳରେ ଜିଲ୍ଲାରେ କୁକୁଡ଼ା ଚାଷୀ, ଗୋ ପାଳକ, ଛେଳି ପାଳକ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସେମାନଙ୍କ ନାର୍ଜ୍ୟ ଦାବି ପୂରଣ କଲେ ପ୍ରାଣୀ ସମ୍ପଦର ବିକାଶ ହୋଇ ପାରିବ ବୋଲି ଆସିଥିବା ଚାଷୀ ମାନେ ଓ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *