ଭାରତୀୟ ପତ୍ରକାର ବିକାଶ ପରିଷଦ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସାମ୍ବାଦିକତାର ପରିପୃଷ୍ଟତା ତଥା ସାମ୍ବାଦିକ ସମୂହର ବୃତ୍ତିଗତ ଓ ଅର୍ଥନୈତିକ କଲ୍ୟାଣ ତଥା ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ‘ଜର୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ୍’ ଗଠନ କରାଯାଇଛି | ସାମ୍ବାଦିକତା କ୍ଷେତ୍ରରେ ଦେଶରେ ତଥା ଦେଶ ବାହାରେ ଘଟୁଥିବା ଘଟଣା ପ୍ରବାହ ଚିନ୍ତାର ବିଷୟ ହୋଇଥିବା ବେଳେ ଏକ୍ଷେତ୍ରରେ ବେଳହୁଁ ସଚେତନତାର ଆବଶ୍ୟକତା ମନେହୁଏ । ସାମ୍ବାଦିକତାର ସୁରକ୍ଷା ଓ କଲ୍ୟାଣ ସଂପର୍କରେ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଉଦ୍ଦେଶ୍ୟରେ “ଜର୍ସାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ” ଆସନ୍ତା ଦିନରେ ସର୍ବଭାରତୀୟ ସ୍ତରରେ ଏକ “ଜର୍ୟାଲିଷ୍ଟ କଂଗ୍ରେସ୍” ର ଆୟୋଜନ କରିବା ପାଇଁ ନିଷ୍ପତି ଗ୍ରହଣ କରିଛି | ଯାହାକି ପ୍ରଥମେ ଜଗନ୍ନାଥ ଧାମ ଓଡିଶା, ଭୁବନେଶ୍ବରରୁ ଆରମ୍ଭ ହେଉ ବୋଲି କାଉନସିଲ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହି “ଜର୍ଣ୍ଣାଲିଷ୍ଟ କଂଗ୍ରେସ୍”କୁ ସଫଳ ତଥା ସୁଦୁରପ୍ରସାରି କରିବା ପାଇଁ ସମଗ୍ର ସାମ୍ବାଦିକ ମାନଙ୍କ ପାଇଁ ଏକ ପ୍ରତୀକାତ୍ମକ ଲୋଗୋ ଚୟନ କରାଯାଇଛି ଯାହାକି ଆଜି ଏହି ସମ୍ମିଳନୀରେ ପ୍ରଦର୍ଶିତ ହେଉଛି । ଏପରିକି ସାମ୍ବାଦିକ ମାନଙ୍କର “ଆକ୍ରୋନେମ” ପାଇଁ ମଧ୍ୟ ପଦକ୍ଷେପ ନେଇଛି ଯାହାକି ସମସ୍ତଙ୍କର ମତ ନିଆଯାଇ ସାମୁହିକ ଭାବେ ଗ୍ରହଣ କରାଯିବ । ଏହିପରି ସାମ୍ବାଦିକତାର ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ସମ୍ମିଳନୀରେ ଦେଶରୁ ପ୍ରାୟ ୨୦୦୦ ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗ ଦେଉଥିବାବେଳେ ଦେଶ ବାହାରୁ ପ୍ରାୟ ୧୦୦ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେବେ ବୋଲି ମୌଖ ସହମତି ପ୍ରଦାନ କରିଛନ୍ତି | ଆଜି ଯୁଗ୍ମ ସହର (କଟକ- ଭୁବନେଶ୍ବର ) କଟକ ଠାରେ ସାମ୍ବାଦିକ ବନ୍ଧୁ ମାନଙ୍କ ସହିତ ସମ୍ମିଳିତ ହେବାର ସୁଯୋଗ ଆସିଛି | ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟନାୟକ, ଶ୍ରୀରାମ ଦାସ,ପୀତବାସ ମିଶ୍ର, ସତ୍ୟ ରାୟ ଜେଡିସିଆଇର କାର୍ଯ୍ୟକାରୀ ଅଧ୍ୟକ୍ଷ ବିଭୁତି ଭୂଷଣ କର, ସେକ୍ରେଟାରୀ ଜେନେରାଲ ସନତ ମିଶ୍ର,ପବିତ୍ର ମହାରଥା,ନିମେଇ ଦାସ ପାର୍ଥସାରଥୀ ଜେନା, ସନାତନ ଦଳବେହେରା ପ୍ରମୁଖ ଯୋଗଦେଇ ସାମ୍ବାଦିକତାର ପୃଷ୍ଠଭୂମିକୁ ମଜବୁତ କରିବାପାଇଁ ଆହ୍ୱାନ ଜଣାଇଛନ୍ତି | ଜର୍ଣ୍ଣାଲିଷ୍ଟ କଂଗ୍ରେସ କୁ ବର୍ଗାଭିମୁଖୀ କରିବା ପାଇଁ ଜାତୀୟ ସ୍ତରରେ ଏକ ପ୍ରତୀକାତ୍ମକ ମାସ୍କଟ ମଧ୍ୟ ଉନ୍ମୋଚିତ ହେବ । ଏହି ମାସ୍କଟ ରାଜ୍ୟର ସମସ୍ତ ଜିଲ୍ଲା ସମେତ ଭାରତ ବର୍ଷର ସମସ୍ତ ରାଜ୍ୟ ପ୍ରଦକ୍ଷଣ କରିବାର ଯୋଜନା ରହିଛି | ସାମ୍ବାଦିକ ମାନଙ୍କର ସାମଗ୍ରିକ ବିକାଶ ପାଇଁ ସମସ୍ତ ସଙ୍ଗଠନ ଓ ସାମ୍ବାଦିକ ମାନଙ୍କୁ ଆହ୍ଵାନ କରାଯାଉଛି କି ଆସନ୍ତୁ ସାମ୍ବାଦିକତାର ସୁରକ୍ଷା ପାଇଁ ଏକତ୍ର ସ୍ବର ଉତ୍ତୋଳନ କରିବା |

Leave a Reply

Your email address will not be published. Required fields are marked *