କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଉତ୍ତରାଧିକାରୀ ପ୍ରମାଣ ପତ୍ର ସଂଶୋଧନ ମଞ୍ଚ ତରଫରୁ ଆଲୋଚନା ଚକ୍ର ! ଉତ୍ତରାଧିକାରୀ ପ୍ରମାଣ ପତ୍ର ମଞ୍ଚ ତରଫରୁ ଆଲୋଚନା ଚକ୍ର ବ୍ରହ୍ମପୁର ଗ୍ରାମ ପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଉତ୍ତରାଧିକରୀ ପ୍ରମାଣପତ୍ର ତଦନ୍ତ ବେଳେ ଝିଅ, ଭଉଣୀ ଓ ବିଧବା ବୋହୂ ଙ୍କ ନାମ ସଂଯୋଗ କୁ ପ୍ରାଥମିକତା , ସରକାରୀ ଅଧିକାରୀ ତଦନ୍ତ ବେଳେ କ୍ଷେତ୍ର ଭ୍ରମଣ ଓ ରାଜସ୍ବ ନୀରକ୍ଷକଙ୍କ କାର୍ଯ୍ୟାଳୟ କୁ ଦଲାଲ ଙ୍କ ପ୍ରବେଶ ନିଷେଧ ଭଳି ଦାବି ଉପସ୍ଥାପନ କରିବା ପାଇଁ ମଞ୍ଚ ତରଫରୁ ରାଜସ୍ବ ବିଭାଗ କୁ ସ୍ମାରକ ପତ୍ର ଦେବା ପାଇ ନିଷ୍ପତି ନିଆଯାଇଛି । ଆଲୋଚନା ସମୟରେ ସଭାପତି ବସନ୍ତ କୁମାର ପଣ୍ଡା, ସମ୍ପାଦକ ଭାଗବତ ପତି, କୋଷାଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ଦୀକ୍ଷିତ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।