ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ବି.ସୀତା ପୁର ଗ୍ରାମରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ,ବ୍ଳକ ଅଧ୍ୟକ୍ଷ ଏନ୍ ବୀରରାଜୁ, ବିଜେଡି ଯୁବ ସଭାପତିଏସ୍ ଲିଙ୍ଗରାଜ, ଜିଲ୍ଲାପରିଷଦ ସଭ୍ୟ ଏସ.ଵାଲାରାଜୁ, ବସନ୍ତ ଦାସ,ମାରୁତ ପାଳ, ଇଂ ରୂପେସ ପାଣିଗ୍ରାହୀ,ଲକ୍ଷ୍ମୀ କାନ୍ତ ପରିଚ୍ଛା,ବି. ଧନଜ୍ଞୟ ,କେରାଣ୍ଡି ସରପଞ୍ଚ ଏରୁସୁ ଦଣ୍ଡ ପାଣି,ସମିତି ସଭ୍ୟ ଡି .ଧାରାମା ରାଓ ପ୍ରମୁଖ ମଞ୍ଚାସିନ ଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ମଞ୍ଚାସିନ ଅତିଥି ମାନେ ଲୋକଙ୍କୁ ସଚେତନ କରାଇ ଥିଲେ। ଏହି କାର୍ଯ୍ୟକ୍ରମ ର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା କିପରି ଜନସାଧାରଣଙ୍କ ନିକଟରେ ପହଞ୍ଚିବା ସହିତ ଜନ ସାଧାରଣ ସଚେତନ ହୋଇ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ସାମିଲ ହୋଇ ପାରିବେ। ଏହି କାର୍ଯ୍ୟକ୍ରମରେ ସି ଆର ସି ରଶ୍ମିତା ସାମଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବ୍ଳକର ଗ୍ରାମ ପଞ୍ଚାୟତର ସଂପ୍ରସାରଣ ଅଧିକାରୀ ବିନୋଦ ଗୌଡ଼, କେରାଣ୍ଡି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏସ. ପାସ୍ପୁ ରେଡ୍ଡୀ, ଯୋଗାଣ ସହାୟକ,ଗ୍ରାମ ରୋଜଗାର ସେବକ, ବିଭିନ୍ନ ପଞ୍ଚାୟତର ସରପଞ୍ଚ,ଆଶାକର୍ମୀ ଓ ଅଙ୍ଗନବାଡି ଦିଦି ଓ କେରାଣ୍ଡି ପଞ୍ଚାୟତର ଗ୍ରାମବାସୀ ଉପସ୍ଥିତ ଥିଲେ। ସଚେତନ ସକାଶେ ବିଭିନ୍ନ ଷ୍ଟଲ ଖୋଲା ଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା !

Leave a Reply

Your email address will not be published. Required fields are marked *