ଓଡ଼ିଶାର ସର୍ବ ବୃହତ କଳସ ଯାତ୍ରା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଓଡ଼ିଶାର ସର୍ବ ବୃହତ କଳସ ଯାତ୍ରା , ଯେଉଁଥିରେ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ବ ଲୋକ ମହାନଦୀ ରୁ କଳସୀ ନେଇ ସ୍ଥାପନ କରିଥାନ୍ତି ! କଟକ ଜିଲ୍ଲାର ବାଙ୍କୀ ଡମପଡା ବ୍ଲକ ର ବିଲିପଡା ପଞ୍ଚାୟତ ରେ ଅବସ୍ଥିତ ମହିମାମୟ ଠାକୁର ପ୍ରଭୁ ଶ୍ରୀ ଶ୍ରୀ ଭାଗବତ ଗୋସାଇଁ ଙ୍କ ପୀଠ କୁ ଯାଇଥାନ୍ତି ଶ୍ରଦ୍ଧାଳୁ । ବିଶ୍ୱାସ ରହିଛି ଯେ ଯେଉଁ ମାନସିକଧାରି ଏହି ପୀଠ ରେ ଗୁଆ ବସେଇ କଳସୀ ସ୍ଥାପନ କରିଥାଏ ତାର ସର୍ବ ମନସ୍କାମନା ପୁର୍ଣ୍ଣ ହୋଇଥାଏ । ଏଥି ସହିତ ଅପୁତ୍ରିକ ନାରୀ ପୁତ୍ର ସନ୍ତାନ ଲାଭ କରିଥାଏ ।ଯଦି କୌଣସି ଲୋକ ଭୁଲ କରି ପ୍ରଭୁ ଙ୍କର ପାଖରେ ମିଥ୍ୟା ରାଣ ନିୟମ ଖାଏ ତେବେ ସଙ୍ଗେ ସଙ୍ଗେ ସେ ଲୋକ ମୃତ୍ୟୁ ବରଣ କରେ ବୋଲି ଲୋକେ କୁହନ୍ତି । ତେବେ ଆଜି ଠାରୁ ଏହି ପୀଠରେ କଳସ ସ୍ଥାପନ ସହ ଯଜ୍ଞ ଆରମ୍ଭ ହୋଇ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ପୂର୍ଣ୍ଣାହୁତି ହୋଇ ପ୍ରାୟ ୩୦ହଜାରରୁ ଉର୍ଦ୍ଧ୍ବ ଲୋକ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *