ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନୃସିଂହ ଦେବଙ୍କ ପୀଠରେ ଦୁଇ ଦିନାତ୍ମକ ହନୁମାନ ଚାଳିଶ ପଠନ ଓ ହୋମଯଜ୍ଞ ! ବାଙ୍କୀ ବଜାର ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ନୃସିଂହ ନାଥ ଦେବ ଙ୍କ ମନ୍ଦିରରେ ଦୁଇ ଦିନାତ୍ମକ ହନୁମାନ ଚାଳିଶା ପଠନ ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ମୁଖ୍ୟ ପୁରୋହିତ ସରୋଜ କୁମାର ମିଶ୍ରଙ୍କ ତତ୍ତ୍ୱବଧାନରେ ଏହି କାର୍ଯ୍ୟ ସମାପନ ହୋଇଛି । ପ୍ରଥମେ ଭକ୍ତ ମାନଙ୍କ ଦ୍ୱାରା ମହାନଦୀ ରୁ କଳସ ଅଣାଯାଇ ସ୍ଥାପନ କରାଯିବା ପରେ ହନୁମାନ ଚାଳିଶା ପଠନ ଓ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ଏହାର ପୂର୍ଣ୍ଣାହୁତି କରାଯାଇ ଭାଗବତ ନାମ ସଙ୍କୀର୍ତ୍ତନ କରାଯାଇଛି । ଭକ୍ତ ମାନଙ୍କ ସହିତ ନୃସିଂହ କମିଟି ର ସଭ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟ ସମାପନ କରିଥିଲେ !


