ଆନ୍ଦୋଳନକୁ ଓହ୍ଲାଇବେ ବିସ୍ଥାପିତ ଗ୍ରାମବାସୀ !!!

Spread the love

ପାରାଦ୍ଵୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ନିଯୁକ୍ତି ନଦେଲେ ଏଥର ଆନ୍ଦୋଳନ | ରାସ୍ତା ଘାଟ କାମବନ୍ଦ, କମ୍ପାନୀ ଫାଟକ ବି ବନ୍ଦ କରିଦେବାକୁ ନେଲେ ନିଷ୍ପତ୍ତି | ଏଭଳି ସାମୁହିକ ନିଷ୍ପତ୍ତି ଗ୍ରହଣ କରି ଚେତାବନୀ ଶୁଣାଇଛନ୍ତି ପାରାଦୀପ ଉପକଣ୍ଠ ଭୀମାନାସି ଓ ଗୋରଡ ଗ୍ରାମବାସୀ | ଏଏମ୍ / ଏନ୍ଏସ୍ କମ୍ପାନୀ ଏହି ବିସ୍ଥାପିତ ଗ୍ରାମବାସୀ ଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ଦେଇ ପ୍ରଥମେ ୩୦ ଜଣଙ୍କ ବାୟୋଡାଟା ନେଇଥିବା ବେଳେ ଅଦ୍ୟାବଧି ଜଣଙ୍କୁ ମଧ୍ଯ ନିଯୁକ୍ତି ଦେଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ବିଗତ ଦିନରେ ଏହି ଗ୍ରାମବାସୀ ମାନେ କମ୍ପାନୀ ର ପ୍ରାଚୀର ନିର୍ମାଣ କାର୍ଯ୍ୟକୁ ବିରୋଧ କରିଥିଲା ବେଳେ କମ୍ପାନୀ ସେମାନଙ୍କୁ ନିଯୁକ୍ତିର ପ୍ରତିଶୃତି ଦେଇ ଆନ୍ଦୋଳନ ହଟାଇଥିଲା | ହେଲେ ଆଜି ପର୍ଯ୍ୟନ୍ତ ସେହି ପ୍ରତିଶୃତି ପୂରଣ ନହେବାରୁ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏବେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି | କମ୍ପାନୀ ଓ ସ୍ଥାନୀୟ ପ୍ରଶାସନକୁ ଲିଖିତ ଅଭିଯୋଗ ପ୍ରଥମେ କରିବା ଓ ଯଦି ଦାବି ପୂରଣ ନହୁଏ ତେବେ ସମୂହ ଆନ୍ଦୋଳନକୁ ବାହାରିବେ ବୋଲି ଗ୍ରାମ ବୈଠକରେ ସମୂହ ନିଷ୍ପତ୍ତି ଗ୍ରହଣ କରାଯାଇଛି |

Leave a Reply

Your email address will not be published. Required fields are marked *