ବାଣପୁର ମୁକ୍ତି ଦିବସ ଓ ଶହୀଦ କୃତ୍ତିବାସ ସୃତିଚାରଣ ସଭା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଭାରତରୁ ଇଂରେଜ ମାନଙ୍କୁ ବିତାଡିତ କରି ଦେଶକୁ ସ୍ବାଧିନ କରିବା ପାଇଁ ୧୮୦୩ ମସିହାରେ ହୋଇଥିବା ପାଇକ ବିଦ୍ରୋହରେ ମୁଖ୍ୟ ଭୁମିକା ଗ୍ରହଣ କରି ଥିବା ଶହୀଦ କୃତ୍ତିବାସ ଙ୍କ ସୃତି ଚାରଣ ତଥା ବାଣପୁର ମୁକ୍ତିଦିବସ ବାଣପୁର ସ୍ଥିତ ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପରେ ସାହିତ୍ୟ ସିନ୍ଦୁରା ଦ୍ବାରା ଶନିବାର ସଂଧ୍ୟାରେ ଅନୁଷ୍ଟିତ ହୋଇ ଯାଇଛି । ଏଥିରେ ଡଃ ନୃସିଂହ ଚରଣ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଅଧ୍ୟାପକ ରାଜକିଶୋର ସାହୁ ମୁଖ୍ୟ ବକ୍ତା ଆଶୁତୋଷ ସାମନ୍ତସିଂହାର ମୁଖ୍ୟ ଅତିଥି ଓ ପ୍ରହଲ୍ଲାଦ ବେହରା ସମ୍ମାନୀତ ବକ୍ତା ଭାବରେ ଯୋଗ ଦେଇଥିଲେ । ୧୮୩୬ ମସିହାରେ ତିନିଦିନ ପାଇଁ ବାଣପୁର ସ୍ବାଧିନ ହୋଇଥିବା ବେଳେ କେତେକ ବିଶ୍ବାସ ଘାତକ କୃତିବାସ ଙ୍କୁ ଇଂରେଜ ମାନଙ୍କୁ ଧରାଇ ଦେଇ ଥିଲେ । ଫଳରେ କୃତିବାସ ପାଟଶାଣୀ ଙ୍କୁ ଇଂରେଜ ମାନେ କଳାପାଣି ପଠାଇ ଦେଇଥିବା ବେଳେ ସେଠାରେ ତାଙ୍କୁ ଫାଶୀ ହୋଇଥିଲା । ସେଇ ଅମର ସହୀଦ କୃତ୍ତିବାସ ଙ୍କ ସୃତି ଚାରଣ କରି ବକ୍ତାମାନେ ବହୁ ଐତିହାସିକ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଚିଲିକା ସାହିତ୍ୟ ସମାଜର ସଭାପତି ବାଳକୃଷ୍ଣ ଦାସ ଅଧ୍ୟାପକ କୈଳାସ ଚନ୍ଦ୍ର ମହାରଣା ଗବେଷକ ମଦନ ମୋହନ ମହାପାତ୍ର ପ୍ରାକ୍ତନ ଅଧ୍ୟକ୍ଷ ଗଙ୍ଗାଧର ପ୍ରଧାନ ବକ୍ତବ୍ୟ ରଖିଥିଲା ବେଳେ ପନ୍ତା କୁଳିଆ କବି ଦିଗମ୍ବର ବିଶ୍ବାଳ ରୋଜି ମିଶ୍ର କବିତା ପାଠ କରିଥିଲେ । ଏହି ଅବସରରେ କୃତିବାସ ଙ୍କ ଦାୟଦ ପ୍ରମୋଦ କୁମାର ପାଟଶାଣୀ ସଦାନନ୍ଦ ପାଟଶାଣୀ ଓ ଅଜୟ କୁମାର ପାଟଶାଣୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସାମ୍ବାଦିକ ତଥା ଆଡଭୋକେଟ ହିମାଳୟ ଶତପଥି ପ୍ରଯୋଜନା କରିଥିବା ବେଳେ ସଭା ଶେଷରେ ସାହିତ୍ୟ ସିନ୍ଦୁରା ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବାଣପୁର ଅଞ୍ଚଳର ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ଯୋଗ ଦେଇଥିଲେ ।।

Leave a Reply

Your email address will not be published. Required fields are marked *