ଏକାମ୍ର ରେ ବିଜେଡି ର ଶକ୍ତି ପ୍ରଦର୍ଶନ : ନୂଆ ସମୀକରଣ ନେଇ ମିଳିଲା ସଂକେତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଆମେ ଲୋକଙ୍କ କାମ କରିବୁ , ସଂଗଠନ କରିବୁ ! ତୁମେ ଉପରେ ଉପରେ ଟିକେଟ ହାତେଇ ବିଧାୟକ ହେବ , ମନ୍ତ୍ରୀ ହେବ ! ଆଉ ନୂହେଁ – ବହୁତ ହେଇଗଲା , ଏଥର ଆଉ ଦଳୀୟ ନେତା ନୁହେଁ , ଲୋକଙ୍କ ସୁଖ ଦୁଃଖରେ ଠିଆ ହେଉଥିବା ଜନନେତା ହେବେ ରାଜଧାନୀ ଏକାମ୍ର ର ପ୍ରାର୍ଥୀ ! ଏପରି ବାର୍ତ୍ତା ଏବଂ ଉତ୍ସାହର ବାତାବରଣରେ ରାଜଧାନୀ ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ବିଶାଳ ଜନ ସମାବେଶ । ୱାର୍ଡ ନମ୍ବର ୫୯ ର କର୍ପୋରେଟର ବିରଞ୍ଚି ମହାସୂପକାର ଙ୍କ ଆହ୍ଵାନରେ ଆୟୋଜିତ ଏ ସମାବେଶ ରେ ବହୁ ଦଳୀୟ କର୍ମୀ , ସାଧାରଣ ଲୋକ ଏବଂ ବସ୍ତି ବାସିନ୍ଦା ଉପସ୍ଥିତ ରହି ଦେଇଛନ୍ତି ପରିବର୍ତ୍ତନର ନାରା ! ବନ୍ଧୁମିଳନ ବ୍ୟାନର ରେ ଆୟୋଜିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ନିଜର ଶକ୍ତି ପ୍ରଦର୍ଶନ , ଆଉ ଟାର୍ଗେଟ ହେଲା ଦଳୀୟ ଟିକେଟ । କାର୍ଯ୍ୟକ୍ରମର ସଂଖ୍ୟା କହୁଛି ଆଗାମୀ ଦିନରେ ଏକାମ୍ର ରେ ହେବ ବଡ଼ ପରିବର୍ତ୍ତନ । ବ୍ୟାନର ଠାରୁ ଆରମ୍ଭ କରି ମଞ୍ଚ ପର୍ଯ୍ୟନ୍ତ ସବୁ ମାହୋଲ ଦେଖି ଲାଗୁଛି , ଏକାମ୍ର ରୁ ଅଶୋକ ହେବେ ଆଉଟ !

Leave a Reply

Your email address will not be published. Required fields are marked *