ପରିଣତ ବୟସରେ ତିଆରି କଲେ ସୋଲାର ଓ ଇଲେକ୍ଟ୍ରି ସାଇକେଲ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବୟସ 85ରୁ ଉର୍ଦ୍ଧ , ଏହି ପରିଣତ ବୟସ ରେ ତିଆରି କରିଛନ୍ତି ସୋଲାର ସାଇକେଲ ଏବଂ ଇଲେକ୍ଟ୍ରି ସାଇକେଲ ! ନାମ ହୃଦାନନ୍ଦ ପ୍ରଧାନ , ବୟସ 85 ରୁ ଉର୍ଦ୍ଧ ! ହେଲେ ନିଶା ତାଙ୍କର ନୂତନ ଗବେଷଣା କରି ବିଭିନ୍ନ ପ୍ରକାର ନୂଆ ଜିନିଷ ତିଆରି କରିବା ! ଶ୍ରୀ ପ୍ରଧାନ ଙ୍କ ଘର ବରଗଡ ଜିଲ୍ଲା ର ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ଧୂମାଭଟା ଗ୍ରାମ ରେ ! ବହୁ ଶ୍ରମ କରି ତିଆରି କରିଛନ୍ତି ଇଲେକ୍ଟ୍ରି ଓ ସୋଲାର ର ସାଇକେଲ ! ଏହି ସାଇକେଲ ତିଆରି କରିବାରେ ତାଙ୍କୁ ଏକ ବର୍ଷ ରୁ ଉର୍ଦ୍ଧ ସମୟ ଲାଗିଛି ! ଏହି ସାଇକେଲ କୁ ବ୍ୟବହାର କରି , ଜଣେ ଗରିବ ଶ୍ରେଣୀ ର ବ୍ୟକ୍ତି ବି କମ ଖର୍ଚ୍ଚ ରେ ମୋଟର ସାଇକେଲ ବସିବାର ଇଚ୍ଛା ପୂରଣ କରିପାରିବ ! ଏହି ଗବେଷଣା ରେ ତାଙ୍କ ନାତି ମଧ୍ୟ ତାଙ୍କୁ ସାହାଯ୍ୟ କରିଛନ୍ତି !

Leave a Reply

Your email address will not be published. Required fields are marked *