ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା , ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ୟୁନିଫର୍ମ ବାବଦରେ ୭୩୦ କୋଟି ଟଙ୍କା ପ୍ରଦାନ ସହ ୧୪୫ କୋଟି ଟଙ୍କା ଋଣ ଫେରସ୍ତ କରିଛନ୍ତି ରାଜ୍ୟ ସରକାର । ୦% ସୁଧରେ ୧୦ ଲକ୍ଷ ଟଙ୍କା ମିଶନ ଶସକ୍ତି ଋଣ ୫ ବର୍ଷରେ ହେବ ୫ ହଜାର ମିଶନ ଶକ୍ତି ବଜାର । ବଡମ୍ବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ବିଧାୟକ ଦେବୀପ୍ରସାଦ ମିଶ୍ର ଙ୍କ ସମ୍ବୋଧନ ମା ‘ମାନେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ! ମିଶନ ଶକ୍ତି ମହିଳା ମାନଙ୍କ କାମ ଦେଶ ବିଦେଶରେ ପହଞ୍ଚିଛି ! ମିଶନ ଶକ୍ତି ମା ‘ମାନେ ଦୁବାଇ ଓ ସିଙ୍ଗାପୁର ଯାଉଛନ୍ତି , ଆଗକୁ ଅଧିକରୁ ଅଧିକ ମାଆ ମାନେ ବିଦେଶକୁ ଯିବେ । ୫ ବର୍ଷରେ ୫ ହଜାର ମିଶନ ଶକ୍ତି ବଜାର ଖୋଲାଯିବ ! ୫ ବର୍ଷରେ ୭୫ ହଜାର କୋଟି ବ୍ୟାଙ୍କ କ୍ରେଡିଟ ଦିଆଯିବା ସହିତ ଆଗକୁ ବହୁ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ନବୀନ ସରକାର ହାତକୁ ନେଉଥିବା ବିଧାୟକ ଦେବୀପ୍ରସାଦ ମିଶ୍ର ନିଜର ଅଭିଭାଷଣ ରଖିଥିଲେ ।
ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା !!!

