ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଜଗନ୍ନାଥ ମନ୍ଦିରରେ ନୂତନ ବିଗ୍ରହଙ୍କ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳିତ ହେଉଛି । ଓଡ଼ିଶା ସରକାରଙ୍କ ଦେବୋତ୍ତର ବିଭାଗ ଦ୍ଵାରା ପରିଚାଳିତ ଯାଜପୁର ଜିଲ୍ଲାର ସର୍ବ ପୁରାତନ ଏହି ସୁକିନ୍ଦା ଜଗନ୍ନାଥ ମନ୍ଦିରର ନୂତନ ବିଗ୍ରହ ଚତୁର୍ଦ୍ଧାମୂର୍ତ୍ତୀଙ୍କ ପ୍ରତିଷ୍ଠା ଉତ୍ସବ ସୋମବାର ସନ୍ଧ୍ୟାରୁ ମହା ମହାଆଡ଼ମ୍ବରରେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଏହି ପ୍ରତିଷ୍ଠା ଉତ୍ସବ ୨୬ ତାରିଖ ସୋମବାର ଠାରୁ ଆରମ୍ଭ ହୋଇ ୧ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିଥିଲା । ଆଜି ସକାଳୁ ସାହାଣ ମେଲାରେ ନୂତନ ବିଗ୍ରହଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ସନ୍ଧ୍ୟାରେ ଅଙ୍କୁରାରୋପଣ ପୂଜାର୍ଚ୍ଚନାରେ ସୁକିନ୍ଦାଗଡ ରାଜା ସାହେବ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର କର୍ତ୍ତା କାର୍ଯ୍ୟ ସମ୍ପାଦନ କରିଥିଲେ। ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାଆଡ଼ମ୍ବରରେ ସମ୍ପନ୍ନ ହୋଇଛି । ମଙ୍ଗଳବାର ଦିନ କଳସ ବୁଡ଼ା କାର୍ଯ୍ୟକ୍ରମ ପରେ ଯଥାବିଧି ହୋମ ଯଜ୍ଞାଦୀ କାର୍ଯ୍ୟକ୍ରମ ଜାରୀ ରହିଛି । ଗୁରୁବାର ଦିନ ପୁରୀ ବଡ ଦେଉଳର ସୁଭଦ୍ରା ମାଙ୍କ ବାଡଗ୍ରାହୀ ରାମଦାସ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଯଥାବିଧି ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଛି । ପାଞ୍ଚଦିନ ଧରି ଏହି କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି । ସମସ୍ତ ଭକ୍ତଙ୍କ ପାଇଁ ଦୈନିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କଡାକଡି କରାଯାଇଛି । ଦୈନିକ ସନ୍ଧ୍ୟାରେ ଜଗନ୍ନାଥ ଗବେଷକଙ୍କ ପ୍ରବୋଚନ ଓ ବିଭିନ୍ନ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ଵାରା ଭଜନ ସମାରୋହ କାର୍ଯ୍ୟକ୍ରମ ଜାରୀ ରହିଛି । ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ସମ୍ପୂର୍ଣ୍ଣ ମନ୍ଦିର ଓ ଯଜ୍ଞ ମଣ୍ଡପକୁ ଫୁଲରେ ସୁସଜ୍ଜିତ କରାଯାଇଛି ।
ସୁକିନ୍ଦା ଜଗନ୍ନାଥ ମନ୍ଦିର ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ !!!

