ବନ୍ଧଗାଁ ରେଙ୍ଗାଲି ପାଣିରେ ବୁଡି ଯୁବକ ମୃତ !!!

0
208
Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ରେଙ୍ଗାଲି ରେ ପାଣିରେ ବୁଡି ଯୁବକ ମୃତ୍ୟୁ ବରଣ କରିଥିବା ଜଣାଯାଇଛି ! ସୂଚନା ମୁତାବକ ଦାନଗଦି ବ୍ଲକ ଅନ୍ତର୍ଗତ ଚିତ୍ରୀ ଗ୍ରାମର କୁନ୍ତ ରାଉତଙ୍କ 35 ବର୍ଷିୟ ପୁଅ ପଦ୍ମନାଭ ରାଉତ , ଶଶୁର ଘରକୁ ବୁଲିବା ପାଇଁ ଆସିଥିଲେ । ଆଜି ସେ ଗାଧୋଇବା ପାଇଁ ବନ୍ଧଗାଁ ରେଙ୍ଗଲିକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ । ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ମାନଙ୍କ ସହାୟତାରେ ପଦ୍ମନାଭ ରାଉତଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ପଦ୍ମନାଭ ରାଉତଙ୍କୁ ମୃତ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here