ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ୧୨ ଦଫା ଦାବୀ ନେଇ ବାଙ୍କୀ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ର ବିକ୍ଷୋଭ ! ବାଙ୍କୀ ବାସୀଙ୍କର ମୌଳିକ ସମସ୍ୟାର ସମାଧାନ ପାଇଁ ରାଜରାସ୍ତାକୁ ଆସିଲା ବାଙ୍କୀ ବିଜେପି ! ଏବେ ସୁଦ୍ଧା ଚାଷ ଜମିକୁ ହୋଇପାରିଲା ନାହିଁ ଜଳ ସେଚନ , ସମବାୟ ରେ ରହିଛି ମହାଦୁର୍ନୀତି , ଚାଷୀ ଙ୍କ ସ୍ୱାର୍ଥ କୁ ନେଇ ଏଠି ନାହିଁ ଶୀତଳ ଭଣ୍ଡାର , ଡାକ୍ତରଖାନା ରେ ରୋଗୀ ସେବା ବିପଯ୍ୟସ୍ତ , ଅନ୍ୟପଟେ ଶିକ୍ଷା ବ୍ୟବସ୍ଥା ଏବେ ଭୁଶୁଡି ପଡିଛି ! ଏହି ଭଳି ୧୨ ଟି ମୁଦା କୁ ଅସ୍ତ୍ର କରି ବାଙ୍କୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ ଭାଜପା କର୍ମୀ ! ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଙ୍କ ନେତୃତ୍ୱରେ ବହୁ କର୍ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ ! ତୁରନ୍ତ ଜନ ସାଧାରଣ ଙ୍କ ସ୍ୱାର୍ଥ କୁ ନେଇ ରହିଥିବା ମୌଳିକ ସମସ୍ୟା ରେ ସମଧାନ ପାଇଁ ଯଦି ରାଜ୍ୟ ସରକାର ଚିନ୍ତା ନକରନ୍ତି , ତେବେ ଆଗାମୀ ଦିନ ରେ ମଧ୍ୟ ଜାରି ରହିବ ଆନ୍ଦୋଳନ !
ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବାଙ୍କୀ ବିଜେପି ର ବିକ୍ଷୋଭ !!!

