ଆଧ୍ୟାତ୍ମିକ ବାତାବରଣ ଏବଂ ଆନନ୍ଦ ଉଲ୍ଲାସ ପରିବେଶରେ ଉଦଘାଟିତ ହେଲା ଶିମିଳିପୁର ଜାଗର ମହୋତ୍ସବ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପବିତ୍ର ମହାଶିବରାତ୍ରି ଉପଲକ୍ଷେ ରାଜ୍ୟର ସମସ୍ତ ଶୈବ ପିଠ ଆଜି ଚଳଚଞ୍ଚଳ ଥିବା ବେଳେ ବାଙ୍କୀରେ ମଧ୍ୟ ଏହାକୁ ଖୁବ୍ ଧୁମଧାମରେ ପାଳନ କରାଯାଇଛି । ବାଙ୍କୀ ଉପଖଣ୍ଡ ର ସମସ୍ତ ଶୈବ ପୀଠ ପାଟପୁର ର ସିହଂନାଥ, ରଣପୁର ର ଜଳେଶ୍ବର, ଚକାପଦାର ଅଖଣ୍ଡେଶ୍ୱର ଏବଂ ଶିମିଳିପୁର ର ସିଦ୍ଧେଶ୍ୱର ମନ୍ଦିରରେ ଭକ୍ତ ଙ୍କ ସମାଗମ ଦିନ ତମାମ ଲାଗି ରହିଥଲା ।ସେହିପରି ଶିମିଳିପୁର ପଞ୍ଚାୟତ ର ଗଣ ପର୍ବ ଭାବରେ ଚଳିତ ବର୍ଷ ପାଇଁ ଜାଗର ମହୋତ୍ସବ ବେଶ ଧୁମଧାମରେ ପାଳନ କରାଯାଇଛି । ଆଜି ଏହାର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ବିଧାୟକ ପ୍ରଭାତ ତ୍ରିପାଠୀ ଥିବା ବେଳେ ଅନ୍ୟତମ ଅତିଥି ଭାବରେ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଆଲୋକ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବରେ କେନ୍ଦ୍ର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ମିନତୀ ମହାପାତ୍ର ଯୋଗ ଦେଇଥିଲେ । ପ୍ରଥମେ ସିଦ୍ଧେଶ୍ୱର ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ସହ ଠାକୁର ଙ୍କ ନିକଟରୁ ବିରାଟ ପଟୁଆର , ଓଡ଼ିଶାର ପାରମ୍ପରିକ ନୃତ୍ୟ ପାଇକ ଆଖଡା, ସ୍ଥାନୀୟ ଅଞ୍ଚଳର କାଳୀ, ଘୋଡାନାଚ ଏବଂ ଚର୍ଚ୍ଚିକା ଠାକୁରାଣୀଙ୍କ ଘଣ୍ଟ ବାଦ୍ୟରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ଏହା ପରେ ଜ୍ୟୋତି ସମଗ୍ର ଅଞ୍ଚଳ ପରିକ୍ରମା କରି ସାରିବା ପରେ ସଭାସ୍ଥଳକୁ ଅଣାଯାଇ ଅତିଥି ମନଙ୍କ ଦ୍ୱାରା ସ୍ଥାପନ କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ତୈଜୌତ୍ରିକ କଳା ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବ ପାଞ୍ଚଦିନ ଧରି ଚାଲିବାକୁ ଥିବା ବେଳେ ପ୍ରତ୍ୟେକ ସଂନ୍ଧ୍ୟା ରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି । ତେବେ ଗାଁ ଗହଳିରେ ଥିବା ପ୍ରତିଭା ମାନଙ୍କୁ ଆଗକୁ ନେବା ପାଇଁ ଏହାର ମୁଳ ଲକ୍ଷ୍ୟ ଥିବା ବେଳେ ଭାଇଚାରା ବଜାୟ ରଖିବା ପାଇଁ ଏହି ମଞ୍ଚ ସଦା ଚେଷ୍ଟିତ ବୋଲି ସଭାପତି ଦେବୀଦତ୍ତ ବିଭୂତିରାୟ ପ୍ରକାଶ କରିଛନ୍ତି । ପ୍ରଭୁ ସିଦ୍ଧେଶ୍ୱର ଙ୍କ କୃପାରୁ ଏହି ମହୋତ୍ସବ ଆଜିକୁ ଅଠର ବର୍ଷ ଧରି ଚାଲୁ ରହିଛି ।

Leave a Reply

Your email address will not be published. Required fields are marked *