ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : କରୋନା ମହାମାରୀ ସମୟରେ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ସମୟରେ ସ୍ୱଚ୍ଛତା କୁ ଦିଆଯାଉଛି ସର୍ବାଧିକ ଗୁରୁତ୍ୱ . ଅଗ୍ରଣୀ ସାମାଜିକ ସଂଗଠନ ୟୋର୍ସ ହୋପ ଫାଉଣ୍ଡେସନ ପକ୍ଷରୁ ଶନିବାର ଦିନ ପଲ୍ଲା ଗ୍ରାମ ସମେତ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ଓ ସଦର ଥାନା ପରିସରକୁ ବିଶୋଧନ କରାଯାଇଛି । ଏଥିରେ ୟୋର୍ସ ହୋପ ଫାଉଣ୍ଡେସନର ଅଧ୍ୟକ୍ଷା ରିନାରାଣୀ ନାୟକ, ସଭ୍ୟ ରଞ୍ଜନ ନାୟକ, ସନ୍ତୋଷ ନାୟକ, ବସନ୍ତ ନାୟକ ଓ ମାଲୁ ବେହେରା ପ୍ରମୁଖ ଉପସ୍ଥିତ ରହି ବିଶୋଧନ କରିଥିଲେ । ସୂଚନା ଯୋଗ୍ୟ , ବିଗତ ଦିନରେ ଅନୁଷ୍ଠାନ ତରଫରୁ ସହର ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ସହ ମାସ୍କ ବଣ୍ଟନ କରାଯାଇଥିଲା .