ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ଉପଲକ୍ଷେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସକାଳୁ ଭକ୍ତ ମାନେ ନଡ଼ିଆ, କଦଳୀ, ଫୁଲ , ବେଲପତ୍ର, ଦୀପ ଧୂପ କ୍ଷୀର ଦହି ମହୁ ଧରି ବିଭିନ୍ନ ଶିବ ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ କରି ମନସ୍କାମନା ଜଣାଇଛନ୍ତି । ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମହାଦୀପ ଜଳାଇ ଭକ୍ତ ମାନେ ଜାଗର ରହିବେ । ଆଲୋକ ସଜ୍ଜାରେ ମନ୍ଦିର ଗୁଡିକ ଝଲସି ଉଠୁଛି । ମନ୍ଦିରର ଶାନ୍ତି ଶୃଙ୍ଖଳା ସକାଶେ ପୋଲିସ ମୁତୟନ କରାଯାଇଛି । ସହରର ରାମ ଲିଙ୍ଗେଶ୍ୱର ମନ୍ଦିର, କାଶୀ ବିଶ୍ୱନାଥ ମନ୍ଦିର, ଚନ୍ଦ୍ର ଶେଖର ମହାଦେବ ମନ୍ଦିର, ଧବଳେଶ୍ବର ମନ୍ଦିର ଏହି ପରି ବିଭିନ୍ନ ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସେହିପରି ଗଜପତି ଜିଲ୍ଲାର ବିଭିନ୍ନ ଶିବ ମନ୍ଦିରରେ ଭକ୍ତ ମାନେ ପୂଜାର୍ଚ୍ଚନା କରି ଉପବାସ ରହି ଜାଗର ରହିବାର ଦେଖିବାକୁ ମିଳିଛି । ମନ୍ଦିର ଗୁଡିକରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
ପବିତ୍ର ମହାଶିବରାତ୍ରି ଉପଲକ୍ଷେ ପାରଳା ସହର ଚଳଚଞ୍ଚଳ !!!

