ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଜ୍ଞାନ କଂଗ୍ରେସର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସ୍ନାଲ ସ୍କୁଲ ଠାରେ ୨୭ ଓ ୨୮ ନଭେମ୍ବର ରେ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଗଜପତିରୁ ତିନୋଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲା । ସେଥିରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇ ଜଣ ଅଷ୍ଟମ ଶ୍ରେଣୀର ଛାତ୍ର ଶ୍ରୀମାନ ସୁଧାକର ପଣ୍ଡା ଓ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ଦିଲ୍ଲୀ ଠାରେ ହେବାକୁ ଥିବା ଜାତୀୟ ସ୍ତର ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବୈଜ୍ଞାନିକ ଓ ପରିବେଶବିତ ଜୟକୃଷ୍ଣ ମହାପାତ୍ର ଯୋଗ ଦେଇ ଓଡ଼ିଶାର ୧୬୩ ଜଣଙ୍କ ମଧ୍ୟରୁ ୨୬ଜଣ ଚୟନିତ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଶିଶୁ ମନ୍ଦିର ଛାତ୍ର ଙ୍କ ଏପରି ସଫଳତାରେ ଜିଲ୍ଲା ଶୈକ୍ଷିକ ସଂଯୋଜକ ବିନୋଦ ଚନ୍ଦ୍ର ଜେନା ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ଜାତୀୟ ସ୍ତରରେ ମଧ୍ୟ ସଫଳତା କାମନା କରିଛନ୍ତି । ପ୍ରକଳ୍ପ ପ୍ରସ୍ତୁତିରେ ସହଯୋଗ କରିଥିଲେ ଅନୁଷ୍ଠାନର ବିଜ୍ଞାନ ଶିକ୍ଷକ ଦେବୀ ପ୍ରସାଦ ପଟ୍ଟନାୟକ ଓ ଶ୍ରୀମତୀ ଶ୍ରଦ୍ଧାମୟୀ ପାଢ଼ୀ । ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କୁ ଅନୁଷ୍ଠାନର ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ଗୁରୁଜୀ ଗୁରୁମା ଶୁଭେଚ୍ଛା ଜଣାଇଛନ୍ତି ।
ଶିଶୁ ମନ୍ଦିରର ପ୍ରକଳ୍ପ ଜାତୀୟ ସ୍ତର ବିଜ୍ଞାନ କଂଗ୍ରେସ କୁ ମନୋନୀତ !!!

