ନୟାଗଡ଼ରୁ ଯଦୁମଣି ଙ୍କ ପ୍ରତିମୂର୍ତ୍ତୀ ଗାଏବ !

0
601

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଚୋରି ହୋଇଯାଇଛି ଯଦୁମଣିଙ୍କ ପ୍ରତିମୁର୍ତ୍ତି । ନୟାଗଡ଼ ଜଗନ୍ନାଥ ମନ୍ଦିର ପାଖରେ ଥିବା ଯଦୁମଣି ଙ୍କ ପ୍ରତିମୁର୍ତ୍ତି କୁ କେହି ଦୁର୍ବୃତ୍ତ ଚୋରିକରି ନେଇଥିବା ଆଲୋଚନା ହେଉଛି । ଏ ସମ୍ପର୍କରେ ପୋଲିସ ପାଖରେ କୈାଣସି ଅଭିଯୋଗ ହୋଇ ନଥିଲେ ମଧ୍ୟ ସ୍ଥାନୀୟ ଲୋକମାନେ କହୁଛନ୍ତି ଯେ , ଗତ ୨୮ ତାରିଖ ସକାଳୁ ଏକ କାର ଦୃତ ଗତିରେ ଆସି ପ୍ରତିମୁର୍ତ୍ତି କୁ ଧକା ଦେଇଥିଲା । କେହି କିଛି ଜାଣିବା ପୂର୍ବରୁ ଗାଡି ଧକ୍କା କରିଥିବା ବ୍ୟକ୍ତି ଫୋନ ଯୋଗେ କିଛି ନାମିଦାମୀ ଲୋକଙ୍କୁ ଘଟଣାସ୍ଥଳକୁ ଡକାଇ ଥିଲେ । ଲୋକ ମାନଙ୍କ କହିବା ଅନୁଯାୟୀ ନୟାଗଡ଼ ପି ଟି ଏସ ର ଜଣେ ଅଫିସର, କିଛି ପୋଲିସ କର୍ମଚାରୀ ଆସି ପହଞ୍ଚି କିଛି କଥାବାର୍ତ୍ତା ହୋଇ ସଙ୍ଗେସଙ୍ଗେ ଯଦୁମଣି ଙ୍କ ମୁର୍ତ୍ତିକୁ ନେଇ ସେଠାରୁ ପଳାଇଗଲେ ।

ଏ ସମ୍ପର୍କରେ ନୟାଗଡ଼ ପୈାର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଙ୍କ ସହିତ ଯୋଗାଯୋଗ କରିବାରୁ ମୁର୍ତ୍ତି ଭାଙ୍ଗିବା ଘଟଣା ସମ୍ପର୍କରେ ସ୍ଥାନୀୟ କିଛି ବ୍ୟକ୍ତି ଫୋନ୍ ଯୋଗେ ଜଣାଇଥିବା କଥାଛନ୍ତି, ଏବଂ କିପରି ପ୍ରତିମୁର୍ତ୍ତି ପୁନଃ ସ୍ଥାପନ କରାଯାଇ ପାରିବ ପଦକ୍ଷେପ ଗ୍ରହଣ କରାଯିବ । ମୁର୍ତ୍ତି ସେଠାରୁ କିଏ କାହିଁକି ନେଇଛି ତାଙ୍କ ପାଖରେ କୈାଣସି ତଥ୍ୟ ନଥିବା ପ୍ରକାଶ କରିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଗାଡି ମାଡ ହେବା ସତ୍ୟ ନା ଏହା ଏକ ନାଟକ, ମାଡ ହେବା ସ୍ଥାନରୁ ଯଦୁମଣି ଙ୍କ ପ୍ରତିମୂର୍ତ୍ତି କଲା କେଉଁଆଡେ ?? ଏହା ପଛରେ କୈାଣସି ପ୍ରତିମୂର୍ତ୍ତି ଚୋରି ରାକେଟ କାର୍ଯ୍ୟ କରୁନାହିଁ ତ । ଏ ସମ୍ପର୍କରେ ଜିଲ୍ଲାପାଳ ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।

ଧକ୍କା କରିଥିବା ଗାଡି କାହାର ଏବଂ ତାଙ୍କୁ ସାହାଯ୍ୟ କରିବାକୁ ଆସିଥିବା ଲୋକ ମାନେ କିଏ , ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ସେମାନେ ଏସମ୍ପର୍କରେ କାହିଁକି ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ନାହିଁ । ନୟାଗଡ ମାଟିର ଗର୍ବ ଗୌରବ ଉତ୍କଳ ଘଣ୍ଟ ଯଦୁମଣି ଙ୍କ ପ୍ରତିମୂର୍ତ୍ତୀ ଗାଏବ ହେବାପରେ ଜିଲ୍ଲା ପ୍ରଶାସନ କାଭିଙ୍କି ନୀରବଦ୍ରଷ୍ଟା ସାଜିଛି । ଦୋଷୀମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here