ହାଇସ୍କୁଲ ଟ୍ରାନସଫରମେସନ ଅଣ୍ଡର 5 ଟି ଇନିସିଏଟିଭ କର୍ମଶାଳା !!!

0
284

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭାଗୃହରେ ହାଇସ୍କୁଲ ଟ୍ରାନସଫରମେସନ ଅଣ୍ଡର 5 ଟି ଇନସିଏଟିଭ କର୍ମଶାଳା ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି . କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର 5ଟି ବିଦ୍ୟାଳୟକୁ ହାଇସ୍କୁଲ ଟ୍ରାନସଫରମେସନ ଅଣ୍ଡର 5 ଟି ଇନସିଏଟିଭ ସ୍କିମ ଅନ୍ତର୍ଭୁକ୍ତ କରାଯାଇଛି । ସେଥିମଧ୍ୟରୁ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ ଅନ୍ୟତମ । ଏହି ବିଦ୍ୟାଳୟର ସମସ୍ତ କ୍ଷେତ୍ରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇ ଏକ ଶ୍ରେଷ୍ଠ ମଡେଲ ସ୍କୁଲ ଭାବେ ଗଠନ କରାଯିବ, ବିଦ୍ୟାଳୟର ଭିତ୍ତିଭୂମି, ଶ୍ରେଣୀ ଗୃହର ଉନ୍ନତି କରଣ, ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ ବ୍ୟବସ୍ଥା, ଖେଳ ପଡିଆ, ଖେଳ ସାମଗ୍ରୀ ଯୋଗାଣ, ପାନୀୟ ଜଳ ଓ ପାଇଖାନାର ଉନ୍ନତି କରଣ ପାଇଁ 5ଟି ମାଧ୍ୟମରେ କରାଯିବା ର ବ୍ୟବସ୍ଥା କରାଯାଇଛି । ତେଣୁ ବିଦ୍ୟାଳୟର ପରିଚାଳନା କମିଟି, ପୁରାତନ ଛାତ୍ର ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କାର୍ଯ୍ୟକ୍ରମ ଅବସରରେ ଉପ ଜିଲ୍ଲାପାଳ ପ୍ରକାଶ କରିଥିଲେ । ପାରଳା ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଯୋଗ ଦେଇ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ 15 ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ଫଳରେ ମୋ ସ୍କୁଲ କାର୍ଯ୍ୟକ୍ରମ ତରଫରୁ 45 ଲକ୍ଷ ଟଙ୍କା ମେଚିଙ୍ଗ ଗ୍ରାଣ୍ଟ ରୂପେ ସରକାର ପ୍ରଦାନ କରିବାର ବ୍ୟବସ୍ଥା ରହିଛି ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ର ବିଦ୍ୟାଳୟର ଅଧ୍ୟକ୍ଷ କେ. ଆନନ୍ଦ ଯୋଗଦେଇ ସ୍ମାର୍ଟକ୍ଲାସ ବିଷୟରେ କହିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ଦାସ ବିଦ୍ୟାଳୟର ଆବଶ୍ୟକତା ଉପସ୍ଥାପନା କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସ୍ୱାତ୍ତିକ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଜୟକୃଷ୍ଣ ମହାରଣା, ଜଗନ୍ନାଥ ପଟ୍ଟନାୟକ, ପ୍ରଦ୍ୟୁମ୍ନ ପତି, ଲକ୍ଷଣ ପାଇକ, ଇସାନ ଚାନ୍ଦ, ଓଁକାର ପ୍ରମୁଖ ଉପସ୍ଥିତ ଥିଲେ !

LEAVE A REPLY

Please enter your comment!
Please enter your name here