ଆନନ୍ଦ ଉଲ୍ଲାସରେ ପାଳିତ ରଘୁନାଥପୁର ର ପ୍ରସିଦ୍ଧ ‌ମାଘିମେଳା !!!

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆନନ୍ଦ ଉଲ୍ଲାସରେ ପାଳିତ ରଘୁନାଥପୁର ର ପ୍ରସିଦ୍ଧ ‌ମାଘିମେଳା ! ଉଦଘାଟନ ଉତ୍ସବର ସଭାରେ ବରିଷ୍ଠ ଶିକ୍ଷକ ଜୟପ୍ରକାଶ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ରଘୁନାଥପୁର ସରପଞ୍ଚ ସୁଚିତ୍ରା ପଣ୍ଡା ଏବଂ ମୁଖ୍ୟ ବକ୍ତା ରଘୁନାଥପୁର ବିଦ୍ୟୁତ୍ ବିଭାଗ ଏସଡିଓ ବିଶ୍ବରଂଜନ ଦେହୁରୀ , ସମ୍ମାନିତ ଅତିଥି ଭାବେ ରଘୁନାଥପୁର ଅଗ୍ନିସେଵା ଅଧିକାରୀ ବିଶ୍ବରଂଜନ ବାସକେ, ଆଗାମୀ ଓଡ଼ିଶାର ପ୍ରତିଷ୍ଠାତା ଓ ଵରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ବାଇଁ ମାଘିମେଳା ଯାତ୍ରା କମିଟି ର ସଭାପତି ଓ ସମାଜସେବୀ ଚନ୍ଦ୍ରକାନ୍ତ ପଣ୍ଡା, ସଂପାଦକ ରାଜକିଶୋର ଦାସ।କୋଷାଧ୍ୟକ୍ଷ କିଶୋର କୁମାର ସ୍ବାଇଁ, ସଭ୍ୟ ଦିଲ୍ଲିପ ରାମ୍ ଓ ମନୋଜ ରାମଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଉକ୍ତ ଉଦ୍ଘାଟନୀରେ ଆର ଆଣ୍ଡ ଆର ପ୍ରଡକ୍ସନର ନୃତ୍ୟ ଶିଳ୍ପୀ ଓ କଣ୍ଠଶିଳ୍ପୀ ମାନଙ୍କ ର ଦମଦାର ପ୍ରଦର୍ଶନକୁ ଭୁରିଭୁରି ପ୍ରଶଂସା କରାଯିବା ସହ ପ୍ରଡକ୍ସନର ସହ ନିର୍ଦେଶିକା କଳ୍ପନା ବିଶ୍ବାଳଙ୍କୁ ଯାତ୍ରା କମିଟି ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ପରିଶେଷରେ ସଂଗୀତ ନିର୍ଦ୍ଦେଶକ କୈଳାସ ପୂର୍ତ୍ତୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *