ବାଜିଚୌକ ଓଭର ବ୍ରିଜ ତଳେ ମର୍ମନ୍ତୁଦ ଦୁର୍ଘଟଣା : ଜଣେ ଗୁରୁତର – ୨ ମୃତ

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହରର ବାଜିଚୌକ ଓଭର ବ୍ରିଜ ତଳେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରଙ୍ଗ ରୁଟ ରେ ଆସୁଥିବା ଏକ ପିକଅପ ଭ୍ୟାନ (OD 05 AZ 1696) ଆସି ଓଭର ବ୍ରିଜ ତଳେ କିଛି ଯାଯାବର ଲୋକ ରହୁଥିବା ସ୍ଥାନ ଉପରକୁ ଚଢିଯାଇଥିଲା । ପରିବାରର 8 ପିଲାଙ୍କ ମଧ୍ୟରୁ 2 ଜଣ ଶୋଇଥିବା ସମୟରେ ସହନା ସବର (୫) ସୁହାନା ସବର(୭) ଉପରେ ଗାଡ଼ି ଟି ଚଢିଯାଇଥିଲା । ଅନ୍ୟ ଏକ ଝିଅ ପମି (୧୩) ଖାଉଥିବା ସମୟରେ ତାର ଗୋଡ ଉପରେ ଗାଡି ଚଢିବା କାରଣରୁ ଗୁରୁତର ଆଘାତ ପାଇଛି ।

ପରିବାର ଟି ବିହାର ଅଞ୍ଚଳରୁ ଆସିଥିବାର ଜଣା ପଡିଥିଲା ବେଳେ, ସେମାନେ ଏଠାକୁ ଆସି ମହୁ ବେପାର କରୁଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଯିବା ସହ ରାସ୍ତା ରୋକ କରାଯାଇଥିଲା । ସେଥିପାଇଁ ଲୋକମାନେ ପ୍ରଶାସନକୁ ଦୋଷ ଦେବା ସହ ସହର ଭିତରେ ବଡ ଗାଡି ଚଳାଚଳକୁ ବାରଣ କରିବାକୁ ଦାବି ହୋଇଛି । ସରକାର ଯଥାଶୀଘ୍ର ଏଥିପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ପରିବାରକୁ ଉଚିତ ନ୍ୟାୟ ଏବଂ ଆର୍ଥିକ ସହାୟତା ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave a Reply

Your email address will not be published. Required fields are marked *