ଯୁବକ୍ଲବ ବିକାଶ ଦିଗରେ ଗ୍ରାମ୍ୟ ଯୁବକମାନଙ୍କୁ ସଚେତନତା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଜି ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମେରା ଯୁବଭାରତ ସହାୟତାରେ ଏବଂ ଆଦର୍ଶ ଯୁବପରିଷଦ ପରିଚାଳନାରେ ଡମପଡ଼ା ବ୍ଲକ ଅନ୍ତର୍ଗତ ଭଗିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଯୁବକ୍ଲବ ବିକାଶ ଦିଗରେ ଗ୍ରାମ୍ୟ ଯୁବକ ମାନଙ୍କର ଭୂମିକା ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଗ୍ରାମାଞ୍ଚଳର କିଶୋର, କିଶୋରୀ ଓ ଯୁବବନ୍ଧୁ ମାନଙ୍କୁ ନେଇ ଗ୍ରାମର ବିଭିନ୍ନ ବିକାଶ ଦିଗରେ କାର୍ଯ୍ୟକରିବା ପାଇଁ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଦର୍ଶ ଯୁବପରିଷଦର ଆବାହକ ଅକ୍ଷୟ କୁମାର ସାମଲ ସଭାପତିତ୍ୱ କରିବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରାଳୟର ମେରା ଯୁବଭାରତର ରାଜ୍ୟ ନିର୍ଦ୍ଦେଶକ ଅଶୋକ କୁମାର ଦାସ ଯୋଗଦାନ କରି ଦେଶ ଗଠନରେ ଯୁବସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ଗ୍ରାମରେ ରହୁଥିବା କିଶୋର, କିଶୋରୀମାନେ ଗ୍ରାମର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ଭାଗିଦାର ହେବା ସହ ବୃକ୍ଷରୋପଣ, ଗ୍ରାମ୍ୟ ରାସ୍ତା ସଫେଇ, ଖେଳକୁଦ ଓ ନୃତ୍ୟଗୀତରେ ସାମିଲ୍ ହୋଇ ରାଜ୍ୟ ତଥା ଭାରତରେ ପ୍ରତିଷ୍ଠିତ ହେବା ପାଇଁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏହି ଯୁବବିକାଶ କ୍ଲବ ମାଧ୍ୟମରେ ଗ୍ରାମାଞ୍ଚଳର ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏହା ଏକ ଅଭିନବ ପ୍ରୟାସ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥିଭାବେ ଭଗିପୁର ପଂଚାୟତ ସମିତି ସଭ୍ୟ ସକୁନ୍ତଳା ଜେନା, ନାଏବ ସରପଂଚ ସଂଯୁକ୍ତା ସାହୁ, ଅଙ୍ଗନୱାଡି ୱାର୍କର ସସ୍ମିତା ସାହୁ ଓ ସୌଦାମିନୀ ପ୍ରଧାନ, ସିଆରପି ଶିବାନୀ ସାହୁ, ମନୋଜ କୁମାର ରାଉତ, ଲଲାଟେନ୍ଦୁ ପଣ୍ଡା, ସୁବ୍ରତ ନାୟକ ପ୍ରମୁଖ ଯୋଗଦାନ କରି ଯୁବକମାନେ ଦେଶର ଭବିଷ୍ୟତ ବୋଲି କହିବା ସହିତ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଚଳିତ ବର୍ଷ ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ବିଶ୍ୱରଞ୍ଜନ ସ୍ୱାଇଁ, ସମାଜସେବା ପାଇଁ ସକୁନ୍ତଳା ଜେନା, ସଂଯୁକ୍ତା ସାହୁ, ସସ୍ମିତା ସାହୁ ଓ ସୌଦାମିନୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବିଶ୍ୱରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *