ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ସଚେତନତା କାର୍ଯ୍ୟକ୍ରମ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ! ସାଇକେଲ ରେ ସଚେତନତା ଯାତ୍ରା କରି ସାଧାରଣ ଲୋକଙ୍କୁ ସଚେତନ କରାଇଲେ ବାଙ୍କୀ ଉପ ଜିଲ୍ଲାପାଳ ଏବଂ ଏନଏସି ନିର୍ବାହୀ ଅଧିକାରୀ ! ବାଙ୍କୀ ଉପ ଜିଲ୍ଲାପାଳ ମନସ୍ବିନୀ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ସାଇକେଲ ସଚେତନତା ଯାତ୍ରା ଆୟୋଜିତ ହୋଇଯାଇଛି ! ଅଧିସୂଚିତ କ୍ଷେତ୍ର ପରିଷଦ ନିର୍ବାହୀ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ମାନଙ୍କୁ ସଘନ ସଂଶୋଧନ ସମ୍ପର୍କରେ ସଚେତନ କରାଇଥିଲେ ! ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ (ଏସ.ଆଇ.ଆର) ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ମତଦାତା ଅଂଶଗ୍ରହଣ କରନ୍ତୁ ଏହି ଉଦ୍ଦେଶ୍ୟ ନେଇ ଆଜି ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀମତି ମୋନୋସ୍ଵିନୀ ଦାସଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା ରାଲି କରାଯାଇ ନାଗରିକମାନଙ୍କୁ ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ସହଯୋଗ କରିବା ସହ ବିଏଲଓ ମାନଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରି ଏକ ନିର୍ଭୁଲ ମତଦାତା ତାଲିକା ପ୍ରସ୍ତୁତିରେ ସହଭାଗୀ ହେବାକୁ ଆହ୍ୱାନ ଦେଇଥିଲେ । ସାଇକେଲ ରାଲି ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟ ନିକଟରୁ ବାହାରି ସହର ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବାଙ୍କୀ ଓ ଡମପଡା ଅଗ୍ନିଜା ଶିବଦତ୍ତା, ଶ୍ରୀ ଅଂଶୁମାନ ଦାଶ, ତହସିଲଦାର ଡମପଡା ବୈଶାଖୀ ଲେଙ୍କା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବାଳକୃଷ୍ଣ କହଁର, ବାଙ୍କୀ ଥାନା ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ମର୍ଦ୍ଦରାଜ ଭୂୟାଁ, ଡେପୁଟି କଲେକ୍ଟର ରଞ୍ଜିତା ଲେଙ୍କା, ଏନ ଏ ସି ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ,ସହକାରୀ ଜିଲ୍ଲାପାଳ ପ୍ରିୟଙ୍କା ଯୁଝାରସିଂ, ଅତିରିକ୍ତ ତହସିଲଦାର ବାଙ୍କୀ ଓ ଡମପଡା ଆଦିତ୍ୟ ଦଳବେହେରା, ଶ୍ରୀନିବାସ ମହାରଣାଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତହସିଲ, ବ୍ଲକ, ଏନ୍.ଏ.ସି ଓ ଉପଖଣ୍ଡ ଚିକିତ୍ସାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *