ବିରୁଡା – କାଳନ୍ଦି ସୁରୁଜ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ଆଇନ ଓ ଯୋଜନା ସମ୍ପର୍କରେ ସଚେତନତା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ “ନାଲସା (ଦାରିଦ୍ର୍ୟ ଦୂରୀକରଣ ଓ ଜୀବିକା ଉନ୍ନୟନ) ଯୋଜନା, ୨୦୧୫”, “ନାଲସା (ସ୍ପୃହା) ଯୋଜନା, ୨୦୨୫” ଏବଂ “ମହିଳା ଓ ମାତୃତ୍ୱ ଲାଭ ଯୋଜନା ଏବଂ ଓଡ଼ିଶା ଅପରାଧିକ ଅପିଲ ନଂ–୧୦୩/୧୯୮୧ (ଓଡ଼ିଆ ଅନୁବାଦ ସଂସ୍କରଣ)” ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲାର ଏକ ସୁଦୂର ତଥା ଗ୍ରାମାଞ୍ଚଳରେ ଅବସ୍ଥିତ କାଳନ୍ଦୀ ସୁରୁଜା ଉଚ୍ଚ ବିଦ୍ୟାଳୟ, ବିରୁଡା ପରିସରରେ ଆୟୋଜିତ ହୋଇଯାଇଛି।ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅଞ୍ଜଳି ମଚ୍ଛଖଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନ ସମ୍ପର୍କରେ ସଚେତନତା ଓ ସରକାରୀ ଯୋଜନାଗୁଡ଼ିକର ସଠିକ୍ ସଦୁପଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ମହାରଣା ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତାକାରୀ ଶ୍ରୀମତୀ କ୍ଷଣପ୍ରଭା କର ଅନ୍ଯତମ ଅତିଥି ଭାବେ ଯୋଗଦେଇ ଉପରୋକ୍ତ ଯୋଜନା ଓ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଆଇନଗତ ଅଧିକାର, ସାମାଜିକ ସୁରକ୍ଷା, ମହିଳାଙ୍କ ଅଧିକାର ଏବଂ ସରକାରୀ ଯୋଜନାରୁ ଉପଲବ୍ଧ ସୁବିଧା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରଯାଇଥିଲା । ଉତ୍ସାହିତ କରିବା ନିମନ୍ତେ; ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ଆଧାରିତ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ସୂର୍ଯ୍ୟ ନାରାୟଣ ସାହୁ, ପ୍ରତିଭା ସାହୁ ଏବଂ ଜଗନ୍ନାଥ ସାହୁ ବିଜେତା ହୋଇଥିଲେ। କାର୍ଯ୍ୟକ୍ରମଟି ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରାଙ୍କ ଦ୍ୱାରା ସୁଚାରୁରୂପେ ସମନ୍ୱୟ କରାଯାଇଥିବା ବେଳେ ପାରା ଲିଗାଲ୍ ସ୍ୱେଚ୍ଛାସେବୀମାନେ ଏଥିରେ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା କୁମାରୀ ଦେଇ ଏବଂ ଉପସ୍ଥିତ ଛାତ୍ରଛାତ୍ରୀମାନେ ଏଭଳି ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜିଲ୍ଲା ବିଧି ସେବା ପ୍ରାଧିକରଣ, ନୟାଗଡ଼କୁ ପ୍ରଶଂସା କରିଥିଲେ। ବିଦ୍ୟାଳୟ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ପିଲା ମାନଙ୍କ ସଚେତନତା ପାଇଁ ସହଯୋଗ କରିଥିଲେ । ସଚିବ ମଚ୍ଛଖଣ୍ଡଙ୍କ ସୂଚନା ଅନୁସାରେ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ଲୋକମାନଙ୍କ ନିକଟରେ ଆଇନଗତ ସଚେତନତା ଓ ବିଭିନ୍ନ ଆଇନଗତ ସେବାର ସୁବିଧା ପହଞ୍ଚାଇବା ଉଦ୍ଦେଶ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ନିଜର ଆଇନଗତ ଅଧିକାର, ସରକାରୀ ଯୋଜନା ଏବଂ ନିଃଶୁଳ୍କ ଆଇନ ସେବା ସମ୍ପର୍କରେ ଅବଗତ ହୋଇପାରିବେ।

Leave a Reply

Your email address will not be published. Required fields are marked *