ପ୍ରାଥମିକ ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ ସାର ବଣ୍ଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରେ ବର୍ତ୍ତମାନ ବିଭିନ୍ନ ସମବାୟ ସମିତି ଜରୀଆରେ ଚାଷୀ ଙ୍କୁ ସାର ଯୋଗାଇ ଦିଆଯାଉଛି । ୟୁରିଆ, ଡି ଏ ପ , ପଟ।ସ ସାର ଯୋଗାଇ ଦିଆ ଯାଇଛି । ଖବର ପ୍ରସାରଣ ପରେ ଚାଷୀ ଙ୍କୁ ବର୍ତ୍ତମାନ ସାର ଯୋଗାଇ ଦିଆ ଯାଉଛି । କିନ୍ତୁ କେଉଁ ସାର କେତେ ଦର ରେ ବିକ୍ରି କରାଯାଉଛି ସରକାରଙ୍କ ପକ୍ଷରୁ ରେଟ ଚାଟ ଟଙ୍ଗା ଯାଉନାହିଁ । ସର୍ବସାଧାରଣ ଙ୍କ ଅବଗତି ସକାଶେ ରେଟ ଚାର୍ଟ ମରାଗଲେ ଚାଷୀ କୂଳ ଉପକୃତ ହୋଇପାରିବେ । ତା ସାଙ୍ଗକୁ ଚାଷୀ ସାର ପାଉଛନ୍ତି ନାଁ ନାହିଁ ତାହା ମଧ୍ୟ ଯାଞ୍ଚ ହେବା ଦରକାର ! ଚାଷୀ ଙ୍କୁ କେଉଁ ରେଟ ରେ ବିକ୍ରି କରାଯାଉଛି ତାହାର ଯାଞ୍ଚ ଆବଶ୍ୟକତ। ରହିଛି ! ସମବାୟ ସମିତି ପକ୍ଷରୁ କ୍ରୟ ରସିଦ ଦିଆଗଲେ ସ୍ୱଚ୍ଛତା ରହିବ ବୋଲି ଚାଷୀ ପ୍ରକାଶ କରିଛନ୍ତି । ନହେଲେ ଗତ ବର୍ଷ ଭଳି ବିଭିନ୍ନ ସମସ୍ୟା ଦେଖାଯିବ ! ସରକାର ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *