ସେଞ୍ଚୁରିୟନ ପବ୍ଲିକ ସ୍କୁଲ ଠାରେ ଜିଲ୍ଲାସ୍ତରୀୟ ସ୍ୱଳ୍ପମୂଲ୍ୟ ବିଶିଷ୍ଟ ବିଜ୍ଞାନ ଶିକ୍ଷା ପ୍ରଣାଳୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସାମାଜିକ- ସଂସ୍କୃତିକ ଉନ୍ନୟନ କେନ୍ଦ୍ର, ଓଡିଶା ଦ୍ବାରା ଆୟୋଜିତ ଏକ ଜିଲ୍ଲାସ୍ତରୀୟ ସ୍ବଳ୍ପମୂଲ୍ୟ ବିଶିଷ୍ଟ ବିଜ୍ଞାନ ଶିକ୍ଷାଭିତ୍ତିକ କର୍ମଶାଳା ସ୍ଥାନୀୟ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସେଞ୍ଚୁରିୟନ ପବ୍ଲିକ ସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମଗ୍ର ଜିଲ୍ଲା ର ସାତଟି ବ୍ଲକରୁ ପ୍ରାୟ ଅଶି ଜଣ ବିଜ୍ଞାନ ଶିକ୍ଷକ ଅଂଶଗ୍ରହଣ କରିଥିଲେ । ଉକ୍ତ କର୍ମଶାଳା କୁ ଗଜପତି ଜିଲ୍ଲା ଶିକ୍ଷା ଅଧୂକାରୀ ଶ୍ରୀଯୁକ୍ତ ମାୟାଧର ସାହୁ ଉଦ୍ ଘାଟନ କରି ଥୂବା ବେଳେ ଏସ୍. ସି. ଡି. ସି. ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବନମାଳୀ ସାହୁ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡ଼.ଏସ୍ .ପି. ନନ୍ଦ, ଡିନ୍ କୃଷି ବିଭାଗ, ସିୟୁଟିଏମ୍, ଡ଼. ଦୁର୍ଗାପ୍ରସାଦ ପାଢ଼ୀ, ପ୍ରଶାସନିକ ନିର୍ଦ୍ଦେଶକ, ସିୟୁଟିଏମ୍ ଏବଂ ଡ଼.ପ୍ରଜ୍ଞା ପାଣି,ମୁଖ୍ୟ, ପରିଚାଳନା ବିଭାଗ, ସିୟୁଟିଏମ୍ ଏବଂ ଶ୍ରୀମତୀ ସୁନୀତା ପାଣିଗ୍ରାହୀ, ଅଧ୍ଯକ୍ଷା, ସି ପି ଏସ୍ ସମ୍ମାନିତ ଅତିଥ୍‌ ଭାବରେ ଯୋଗ ଦେଇଥିଲେ । ତତ୍ ସଙ୍ଗେ ସଙ୍ଗେ ଉକ୍ତ କର୍ମଶାଳାରେ ଶ୍ରୀଯୁକ୍ତ ସନ୍ତୋଷ କୁମାର କର, ଶ୍ରୀଯୁକ୍ତ ଅଜୟ କୁମାର ସାହୁ, ଡକ୍ଟର ମନୋଜ ଦାସ, ଓ ଡକ୍ଟର ମନୋଜ ଘୋଷଲା, ବିଷୟ ଉପଦେଷ୍ଟା ଭାବରେ କର୍ମଶାଳାରେ ସ୍ବଳ୍ପମୂଲ୍ୟ ବିଶିଷ୍ଟ ବିଜ୍ଞାନଭିତ୍ତିକ ପରୀକ୍ଷାର ମୂଲ୍ୟବୋଧ ଉପରେ ଶିକ୍ଷକମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ଏହା ଭାରତ ସରକାରଙ୍କର ଶିକ୍ଷା ବିଭାଗର (N.I. E. P. A.) ବା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ଏଜୁକେସନାଲ୍ ପ୍ଲାନିଂ ଆଣ୍ଡ୍ ଆଡ୍ମିନଷ୍ଟ୍ରେସନ ଦ୍ବାରା ପ୍ରାୟୋଜିତ।ଆଜିର ଦିନରେ ଏପରି ଏକ ସୁନ୍ଦର ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ କୁ ଆୟୋଜନ କରିବା ସକାଶେ ପୂର୍ଣ୍ଣ ସହଯୋଗ କରିଥିବା ଯୋଗୁଁ ସେଂଚୁରିୟନ ପବ୍ଲିକ ସ୍କୁଲକୁ ସମସ୍ତ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଏହା ସମସ୍ତଙ୍କୁ ସହାୟକ ହେବ ବୋଲି କହିଥିଲେ। ଏହି କର୍ମଶାଳାଟିକୁ ସ୍କୁଲର ଉପାଧ୍ଯକ୍ଷ ଶ୍ରୀଯୁକ୍ତ ଜେ, କେ,ନାୟକ ସଂଯୋଜନା କରିଥିଲା ବେଳେ ଶ୍ରୀଯୁକ୍ତ ସମ୍ବିତ ପାତ୍ର, ଆଂଚଳିକ ନିର୍ଦ୍ଦେଶକ,ସି ପି ଏସ୍ , ବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଶ୍ରୀ ଯୁକ୍ତ ମନୋଜ କୁମାର ପାଢ଼ୀ ଏବଂ ସମସ୍ତ କର୍ମଚାରୀ ବୃନ୍ଦ ପରିଚାଳନା କରିଥିଲେ । ଶେଷରେ ଶିକ୍ଷକମାନଙ୍କୁ ଅଂଶଗ୍ରହଣ ତଥା ପୂର୍ଣ୍ଣ ଭାଗିଦାରିତାର କର୍ମଶାଳାକୁ ଶେଷ ପର୍ଯ୍ୟନ୍ତ ସହଯୋଗ କରିଥିବାରୁ ସେମାନଙ୍କର ଉତ୍ସାହ ବଢ଼ାଇବା ପାଇଁ ଆନୁଷ୍ଠାନିକ ପ୍ରମାଣ ପତ୍ର ମୁଖ୍ୟ ଅତିଥ୍‌ ତଥା ଅନ୍ୟତମ ଅତିଥ୍‌ ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ପରିଶେଷରେ ଅତିଥିମାନଙ୍କୁ ତଥା ଅଂଶଗ୍ରହଣ କରିଥିବା ଶିକ୍ଷକ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *