କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ବେଆଇନ ବ୍ୟାରିକେଟର ଖଳନାୟକ କିଏ ? ବେଆଇନ ବ୍ୟାରିକେଟ କାହା ସ୍ୱାର୍ଥରେ …. ଜିଲ୍ଲାପାଳଙ୍କୁ ଏକାଧିକ ଦାବିପତ୍ର ପରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ କାହିଁକି ? ବିପଦରେ ସାଧାରଣ ଲୋକଙ୍କ ଜୀବନ … ପ୍ରଚ୍ଛଦପଟର ଖଳନାୟକ କିଏ ? ଅଘଟଣକୁ ଅପେକ୍ଷା କରିଛି କି ପ୍ରଶାସନ ? ଧନଜୀବନ କ୍ଷୟକ୍ଷତି ପରେ ଚେତା ପଶିବ ! ରାଜସ୍ୱ ହାନି ସହ ନିନ୍ଦିତ ହୋଇ ପାରନ୍ତି ସରକାର …. ବ୍ୟାରିକେଟ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ପ୍ରଶାସନ ନିରବ କାହିଁକି ….ଅଘଟଣକୁ ଅପେକ୍ଷା କରିଛି କି ପ୍ରଶାସନ …. ଏଭଳି ଅନେକ କିଛି ପ୍ରଶ୍ନ ବର୍ତ୍ତମାନ ସୃଷ୍ଟି ହୋଇଛି ସାଟେଲାଇଟ ସିଟି ମର୍କତନଗର ଅଞ୍ଚଳରେ ହୋଇଥିବା ବ୍ୟାରିକେଟକୁ ନେଇ । ସୂଚନାଯୋଗ୍ୟ ଯେ ମଧୁସେତୁ ଓ ସୁବାସ ସେତୁକୁ ସଂଯୋଗ କରୁଥିବା ସିଡିଏ ସେକ୍ଟର ୧୧ ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖ ରାସ୍ତାକୁ ଆବାସିକ ଅଞ୍ଚଳ ଦର୍ଶାଯାଇ ସେହି ରାସ୍ତାରେ ବ୍ୟାରିକେଟ ନିର୍ମାଣ କରାଯାଇଛି । ଏହାସହ ଉକ୍ତ ରାସ୍ତା ଦେଇ ଭାରି ଯାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯାହା ଫଳରେ ମର୍କତନଗର ଅଞ୍ଚଳରେ ଯାନବାହନ ଚଳାଚଳରେ ପରିବର୍ତ୍ତନ ଆସିଛି ଓ ଏହାକୁ ନେଇ ସାଧାରଣ ଲୋକଙ୍କ ଜୀବନ ଯଥେଷ୍ଟ ପ୍ରଭାବିତ ହେବା ସହ ଧନଜୀବନ କ୍ଷୟକ୍ଷତି ଆଶଙ୍କା ସୃଷ୍ଟି ହୋଇଛି । ଏହି ବେଆଇନ ବ୍ୟାରିକେଟ ନିର୍ମାଣ ପଛ ର ଖଳନାୟକ କିଏ .. ବେଆଇନ ବ୍ୟାରିକେଟ ନିର୍ମାଣ ପଛରେ କାହାର ହାତ .. ଜିଲ୍ଲାପାଳଙ୍କୁ ଅବଗତ ପରେ ବି କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ..ସେପଟେ ତେଜିଲାଣି ଜନ ଅସନ୍ତୋଷ .. ଆଗାମୀ ଦିନରେ ଜନ ଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦେଇଛି ଆମ ଆଦମୀ ପାର୍ଟି । ଲୋକଙ୍କ ଜୀବନକୁ ବାଜିରେ ଲଗାଇ ନିର୍ମାଣ ହୋଇଛି ବେଆଇନ ବ୍ୟାରିକେଟ । ବ୍ୟାରିକେଟ ବିଷୟରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ପରେ ବି କାର୍ଯ୍ୟାନୁଷ୍ଠାନ ଜିରୋ । ଅନ୍ୟପଟେ ଏହାକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହେବା ସହ ରାଜନୈତିକ ଦଳ ମଧ୍ୟ ଆନ୍ଦୋଳନ ଚେତାବନୀ ଦେଲେଣି । ତେବେ ଆଗାମୀ ଦିନରେ ଏହା କି ପ୍ରକାର ରୂପ ନେଉଛି ସେତିକି ଦେଖିବାକୁ ବାକି ରହିଲା ।
ବେଆଇନ ବ୍ୟାରିକେଟ କାହା ସ୍ୱାର୍ଥରେ ….ଖଳନାୟକ କିଏ ???

