ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ନିର୍ବାଚନ ମଣ୍ଡଳୀ ମହିଳା ବିଜୁ ଜନତା ଦଳ ତରଫରୁ ବାଲୁଗାଁ ଉମାମହେଶ୍ୱର ବଣିକ ସଂଘ ସଭାଗୃହରେ ଅନ୍ତର୍ଜାତୀକ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚିଲିକା ନିର୍ବାଚନ ମଣ୍ଡଳୀର ଦୁଇ ଗୋଟି ଏନ.ଏ.ସି. ଓ ଦୁଇ ଗୋଟି ବ୍ଲକର ବିଜୁ ଜନତା ଦଳର ମହିଳାଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୁ ମହିଳା ଦଳର ଚିଲିକା ବ୍ଲକ ସମିତି ସଭ୍ୟା ଅମ୍ରିତା ବେହେରା, ବାଣପୁର ବ୍ଲକ ସଭାପତି କବିତା ରାଣୀ ମହାପାତ୍ର, ସମ୍ପାଦିକା ବେବିନା ତ୍ରିପାଠୀ, ବାଲୁଗାଁ ଏନଏସି ସଭାପତି ସୁଜତା ପଣ୍ଡା, ଜିଲ୍ଲାପରିଷଦ ମମତା ପାଇକରାୟ, ଚିଲିକା ବ୍ଲକ ନାରୀନେତ୍ରୀ ସନ୍ତୋଷୀ ବିଶ୍ୱାଳ ସଂଯୁକ୍ତା ସ୍ୱାଇଁ ଓ ବିଏଲଏଫ ସେକ୍ରେଟାରୀ ନିରୁପମା ପରିଡା ପ୍ରମୁଖ ମହିଳା ନେତ୍ରୀ ମାନେ ଯୋଗ ଦେଇ ପ୍ରଥମ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପରେ ପରେ ବିଜେଡିର ମହିଳା ମାନେ ଅତିଥି ପରିଚୟ ଓ ଉପଢୌକନ ଦେଇ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭଳି ନାରୀ ମାନଙ୍କୁ ଅଗ୍ରାଧିକାର ଦେଇ ନାରୀ ଶସକ୍ତିକରଣ ର କର୍ଣ୍ଣଧାର ପାଲଟି ମିଶନ ଶକ୍ତି ଜରିଆରେ ନାରୀଙ୍କୁ ଆଗକୁ ଆଣିଛନ୍ତି ଏବଂ ନୂତନ ଓଡିଶା ଗଠନ କରିବା ସହ ରାଜ୍ୟରେ ବିଜେଡି ସରକାର ଯେପରି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ମାନ ଯୋଗାଇ ଦେଇ ଆସୁଛନ୍ତି ସେ ସମ୍ପର୍କରେ ଉପସ୍ଥିତ ନାରୀନେତ୍ରୀ ମାନେ ନିଜର ବକ୍ତବ୍ଯ ରଖି ଥିଲେ। ସେଥି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ସମସ୍ତ ମହିଳା ମାନେ ଶପଥ ନେଇଥିଲେ। ଏହି ଅବସରରେ କୁନି କୁନି କଳାକାର ମାନଙ୍କ ଦ୍ବାରା ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଚିଲିକାରେ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ !!!

