ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଡାକ୍ତର ପ୍ରମୋଦ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ “ନାରୀ ସଶକ୍ତିକରଣ ସ୍ୱାସ୍ଥ୍ୟ ସେବାରେ ଗୁରୁତ୍ୱପୂର୍ଣ୍ଣ ” ବିଷୟରେ ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀ ଆଲୋକପାତ କରିଥିଲେ । ଏହି ଅବସରରେ ଅନ୍ୟ ମାନେ ସମାଜରେ ନାରୀର ଭୂମିକା ସମାନତା ସଶକ୍ତିକରଣ ସଂଘର୍ଷ ବଳିଦାନ ଓ ତ୍ୟାଗ ପ୍ରତ୍ୟେକ କ୍ଷେତ୍ରରେ ନାରୀର ଅବଦାନକୁ ନେଇ ଆଲୋଚନା କରିଥିଲେ । ନାରୀର ସମ୍ମାନ ସ୍ଵତନ୍ତ୍ରତା ଓ କାର୍ଯ୍ୟ ଦକ୍ଷତା ଉପରେ ଡାକ୍ତର ପ୍ରମୋଦ ପଣ୍ଡା ଅତି ସୁନ୍ଦର ଭାବରେ ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର ଇତିଶ୍ରୀ ମିଶ୍ର ଓ ଡାକ୍ତର ରେଗାଲଷ୍ମୀ ନାରାୟଣ ପଟ୍ଟନାୟକ ମଞ୍ଚାସିନ ଥିବା ବେଳେ ଅନ୍ୟାନ୍ୟ ସମସ୍ତ ବିଭାଗର ସ୍ବାସ୍ଥ୍ୟସେବିକା ବିଭିନ୍ନ କ୍ଷେତ୍ର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତ ଉପସ୍ଥିତ ଚିକିତ୍ସାଳୟର ଡାକ୍ତର ଓ ମହିଳା କର୍ମୀ ଆନ୍ତର୍ଜାତୀୟ ମହିଳା ଦିବସ ଓ ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଷୟରେ ଚିକିତ୍ସାଳୟ ପରିସରରେ ପରିଭ୍ରମଣ କରି ସଚେତନତା ଓ ଜାଗୃକତା ସୃଷ୍ଟି କରିଥିଲେ ।
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ଦିବସ ପାଳିତ !!!

