ଗଜପତି ଜିଲ୍ଲା ସ୍ତରୀୟ ସମ୍ପୁର୍ଣ୍ଣତା ଅଭିଯାନ ଉଦଘାଟିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରଶାସନ ଓ ନୀତି ଆୟୋଗ ତରଫରୁ ଜିଲ୍ଲା ସ୍ତରୀୟ ସମ୍ପୁର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଶୁଭ ଉଦଘାଟନ ହୋଇଯାଇଛି । ଏହି ସମ୍ପୁର୍ଣ୍ଣତା ଅଭିଯାନ ୪ ଜୁଲାଇ ଠାରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଜିଲ୍ଲାର ଦୁଇ ଗୋଟି ଆକାଂକ୍ଷା ପଞ୍ଚାୟତ ସମିତି ଆର୍.ଉଦୟଗିରି ଓ ଗୁମ୍ମା ଅନ୍ତର୍ଗତ ସାମଗ୍ରିକ ବିକାଶ କ୍ଷେତ୍ରରେ ଆଗକୁ ନେବାକୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ ସକାଳ ୫.୩୦ ମିନିଟ୍ ସମୟରେ ଅଟଳ ପାର୍କ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପ୍ରଭାତ ପେରୀ ଶୋଭାଯାତ୍ରା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅୟୋଜନ କରଯାଇଥିଲା।ସେହିପରି ଜଗନ୍ନାଥ ମନ୍ଦିରର ଠାରୁ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏଥିରେ ଗୁମ୍ମା ବ୍ଲକର ଲାଞ୍ଜିଆ ସୌରା ଆଦିବାସି ଲୋକ ନୃତ୍ୟ, ସଂକୀର୍ତ୍ତନ ଦଳ ଓ ଓଡିଶୀ ନୃତ୍ୟ କଳାକାର ମାନଙ୍କ ଦ୍ବାରା ସହର ପରିକ୍ରମା କରିଥିଲେ। ପରେ ଏକ ସଧାରଣ ସଭା ଆୟୋଜନ କରାଯାଇଛି। ଏହି ସଭାରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗୋମାଙ୍ଗ, ସମ୍ମାନୀତ ଅତିଥି ଭାବେ ପାରଳାଖେମୁଣ୍ଡ ବିଧାୟକ ରୁପେଶ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ. ତିରୁପତି ରାଓ ନୀତି ପ୍ରକାଶ, ୟଙ୍ଗ ପ୍ରଫେସନାଲ,ନୀତି ଆୟୋଗ ନୂଆ ଦିଲ୍ଲୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଡ଼.ଗୁଣନିଧି ନାୟକ, ଉପ-ଜିଲ୍ଲାପାଳ ଅନୁପ ପଣ୍ଡା , ଦିଲ୍ଲୀପ କୁମାର ବେହେରା, ପ୍ରକଳ୍ପ ପ୍ରଶାସକ, ସମ୍ମନ୍ଵିତ ଆଦିବାସି ଉନ୍ନୟନ ସଂସ୍ଥା, ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଗଜପତି ଜିଲ୍ଳାର ସମ୍ପୁର୍ଣ୍ଣତା ଅଭିଯାନ ର ମୂଳ ଲକ୍ଷ୍ୟ ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଓ ପୃଷ୍ଠି ଲକ୍ଷ୍ୟ ହାସଲ ସକାଶେ ଦୃଢ ସଂକଳ୍ପ ଦେଇ ନିରନ୍ତର ପ୍ରୟାସ ଜାରି ରଖିବା ପାଇଁ ସମସ୍ତ ବର୍ଗ ଓ ଶ୍ରେଣୀର ଲୋକମାନଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଦେବା ଓ ସମସ୍ତ ଲୋକମାନଙ୍କ ଠାରେ ତୁରନ୍ତ ସେବା ଯୋଗାଇ ଦିଆଯିବାକୁ କହିଥିଲେ।ସମ୍ପୁର୍ଣ୍ଣତା ଅଭିଯାନର ସମସ୍ତ ଲକ୍ଷ୍ୟ ଗୁଡ଼ିକୁ ପୁରା କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ପରେ ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ, ସଂଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରଯାଇଛି। ସେହିପରି ୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି ବଣ୍ଟନ କରଯାଇଛି ଯଥା ଗୋଷାଣୀ ବ୍ଲକ ଅନ୍ତର୍ଗତ ସାତ ମାଇଲ ର ଶ୍ରୀ ଉମାଶଙ୍କର ସ୍ଵୟଂ ସହାୟକ ଗୋଷ୍ଠୀ କୁ ୧୦ ଲକ୍ଷ୍ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। କରୁଣା ସ୍ଵୟଂ ସହାୟକ ଗୋଷ୍ଠୀ କାଶୀନଗର କୁ ୫ ଲକ୍ଷ ଟଙ୍କା, ଶାନ୍ତିମୟୀ ପ୍ରଡକ୍ଟ ଦଳ ଗୁମ୍ମା ବ୍ଲକ୍ କୁ ୨ ଲକ୍ଷ୍ ଓ ଆଶା ପ୍ରଡକ୍ଟ ଗ୍ରୁପ୍ ତରଙ୍ଗଗଡ଼ ଗ୍ରାମପଞ୍ଚାୟତ କୁ ୨ ଲକ୍ଷ୍ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ୫୦ ଜଣ କୃଷକ ମାନଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱିରାଜା ମଣ୍ଡଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବଳରାମ ସୁବୁଦ୍ଧି,ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାରୁ ଆସିଥିବା ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ,ଆଶାକର୍ମା, ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *