ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ! ଏଥିରେ 2011 ମସିହା ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ତାଲିମ ନେଇଥିବା ପ୍ରଶିକ୍ଷାର୍ଥୀ ମାନଙ୍କୁ ବା ଆତ୍ମ ନିର୍ଭରଶୀଳ ହୋଇ ନିଜେ ଜଣେ ସୁପ୍ରତିଷ୍ଠିତ ମହିଳା ଉଦ୍ୟୋଗୀ ମାନଙ୍କୁ ସମ୍ମାନୀତ କରିବା ସହ ପ୍ରମାଣ ପତ୍ର ପ୍ରଦାନ କରାଗଲା l ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମହେଶ୍ୱର ମଣ୍ଡଳ, ଏଲଡିଏମ-ଗଜପତି ଉପସ୍ଥିତ ରହି ମହିଳା ଉଦ୍ୟୋଗୀ ମାନଙ୍କୁ ସମ୍ମାନୀତ କରିଥିଲେ । ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଶ୍ରବଣ କୁମାର ପ୍ରଧାନ ସଭାପତିତ୍ଵ କରିଥିଲେ । ପୁରୁଣା ମହିଳା ଉଦ୍ୟୋଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ତଥା ଗଜପତି ଜିଲ୍ଲାକୁ ମହିଳା ଉଦ୍ୟୋଗୀ କ୍ଷେତ୍ରରେ ରାଜ୍ୟ ବା ଦେଶରେ ପ୍ରଥମ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ସଭାରେ ଅନୁଷ୍ଠାନର ପାଠ୍ୟ ସଂଯୋଜକ ଶ୍ରୀ ପ୍ରଦୀପ କୁମାର ଦାସ ଏବଂ ପ୍ରଶିକ୍ଷୀକା ଶ୍ରୀମତୀ ଏ. ଵାଲାମଣୀ ଅଚାରୀ ଉପସ୍ଥିତ ଥିଲେ | ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ !!!

