ଗଣିଆ ଉନ୍ନୟନ କମିଟି ସଭାଗୃହରେ ନାବାର୍ଡ ସହାୟତା ରେ ଅନ୍ତର୍ଜାତିକ ମହିଳା ଦିବସ ପାଳନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଘଡୁଆଲ ସ୍ଥିତ ଗଣିଆ ଉନ୍ନୟନ କମିଟି ସଭାଗୃହରେ ନାବାର୍ଡ ସହାୟତା ରେ ଅନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି । ଗଣିଆ ଉନ୍ନୟନ କମିଟି ର ସଭାପତି ଉଷା ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ସମାନିତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ମୁନିସିପାଲିଟି ଅଧକ୍ଷା ନିରୁପମା ଖଟେଇ, ନାବାର୍ଡ ଡିଡିଏମ ତୃପ୍ତି ତାପସୀ ଏବଂ ଘଡୁଆଲ ସରପଞ୍ଚ ସଂଯୁକ୍ତା ରାଣୀ ମହାପାତ୍ର ଯୋଗ ଦେଇଥିଲେ। ଅତିଥି ମାନେ ସୋୟଂ ସହାୟକ ଗୋଷ୍ଠୀ ଗଠନ ଦ୍ୱାରା ମହିଳା ମାନଙ୍କର ଏକତା, ଦକ୍ଷତା, ସଂଗଠନ, ଆର୍ଥିକ ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ଦ୍ରୁତ ବିକାଶ ହୋଇଥିବା କଥା କହିଥିଲେ। ଜ଼ିଲ୍ଲା ରେ କନ୍ୟା ଭ୍ରୁଣ ହତ୍ୟା, ମହିଳା ଓ ଶିଶୁ ଚାଲାଣ, ବାଲ୍ୟ ବିବାହ ରୋକିବାରେ ସୋୟଂ ସହାୟକ ଗୋଷ୍ଠିର ମା ମାନେ ଏକାଠି ହୋଇ ଦୃଢ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଥିଲେ। ଜ଼ିଲ୍ଲା ରୁ ୫ ଜଣ ମହିଳା ଉଦ୍ୟୋଗୀ ଗୌରୀ ମାଝୀ, ସନ୍ଧ୍ୟାରାଣୀ ମାର୍ଥା, ଝୁନୁ ରାଉତ, ସୀତା କହଁର ଏବଂ ଶଶୀ ମଲିକ ଙ୍କୁ ନାବାର୍ଡ ତରଫରୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *