ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳ ଟ୍ୟାଙ୍କ ରୋଡ଼ରେ ଥିବା ଶ୍ରୀ ଶ୍ରୀ ରାମ ଲିଙ୍ଗେଶ୍ୱର ମନ୍ଦିର ପକ୍ଷରୁ ଅନ୍ନ ପ୍ରସାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଅନ୍ନ ପ୍ରସାଦ ସେବନ ସକାଶେ ପୁର ପଲ୍ଲିରୁ ସହର ପର୍ଯ୍ୟନ୍ତ ଭକ୍ତ ପ୍ରସାଦ ସେବନ ସକାଶେ ସମାଗମ ହୋଇଥିବାର ଦେଖିବାକୁ ମିଳିଛି । ମହା ଶିବରାତ୍ରିର ପର ଦିନ ଏହି ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଅନ୍ନ ପ୍ରସାଦ ପାଇ ଭକ୍ତମାନେ ଆନନ୍ଦିତ ହୋଇଥାନ୍ତି ।
ଶ୍ରୀ ଶ୍ରୀ ରାମ ଲିଙ୍ଗେଶ୍ୱର ସ୍ୱାମୀ ମନ୍ଦିର ପକ୍ଷରୁ ଅନ୍ନ ପ୍ରସାଦ କାର୍ଯ୍ୟକ୍ରମ !!!

