ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଜିଲ୍ଲାପାଳ ଙ୍କ କରୋନା ସମୀକ୍ଷା ବୈଠକ !!!

0
338

ଗାଁରେ ତାସ ଖେଳର ଆସର ଓ ଭୋଜିଭାତ ବନ୍ଦ କରିବାକୁ ନୟାଗଡ ବିଧାୟକଙ୍କ ନିବେଦନ

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଏକ ଭରଚୁଆଲ ଆଲୋଚନା ମାଧ୍ୟମରେ ନୟାଗଡ ଜିଲ୍ଲାପାଳ ଡଃ ପୋମା ଟୁଡୁ ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମ ପଞ୍ଚାୟତର କୋଭିଡ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ , ଜିଲାପାଳ ଡ଼ଃ ଟୁଡୁ ଏହା ପୂର୍ବରୁ ଜିଲ୍ଲାର ଅନ୍ୟ ୩ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା ବୈଠକ କରି ସାରିଛନ୍ତି । ବୈଠକରେ ମାନ୍ୟବର ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଵିକାଶ ଏବଂ ଉଚ୍ଚ ଶିକ୍ଷା ଵିଭାଗ ତଥା ନୟାଗଡ ବିଧାୟକ ଡ଼ଃ ଅରୁଣ ସାହୁ ଉପସ୍ଥିତ ଥିଲେ । କୋଭିଡର ଦ୍ୱିତୀୟ ଲହର ସାଙ୍ଘାତିକ ଭାବରେ ବ୍ୟାପି ଚାଲିଛି ଏବଂ ଅନେକ ଲୋକଙ୍କ ଜୀବନ ବି ଗଲାଣି । ଏବେ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ସବୁ ଠାରେ କରୋନା ରୋଗୀ ବାହାରିବାର ଲାଗିଛି । ଏହାର କାରଣ ଲୋକମାନଙ୍କ ଅସାବଧାନତା , ଖାମ ଖିଆଲ ମନୋଭାବ , ମାସ୍କ ବ୍ୟବହାର ନ କରିବା , ଆମକୁ କରୋନା ହେବ ନାହିଁ ବୋଲି ଭାବନା ତଥା ଲକ୍ଷଣ ଗୁଡିକୁ ଅତି ହାଲକା ଭାବେ ଗ୍ରହଣ କରି ରୋଗୀକୁ ଘରେ ଲୁଚାଇବା , ସଙ୍ଗରୋଧ ରେ ନ ରହିବା ଆଦି । ଏହାଛଡ଼ା ଗାଁ ଗାଁ ରେ ଅଷ୍ଟ ପ୍ରହରୀ , ଭୋଜି ଭାତ , ବିବାହ ଆଦି କାର୍ଯ୍ୟକ୍ରମରେ ଅତ୍ୟଧିକ ଗହଳି , ଗାଁ ଗାଁରେ ମେଳି ହୋଇ ତାସ ଖେଳ ଇତ୍ୟାଦି । ମାନ୍ୟବର ମନ୍ତ୍ରୀ ଡ଼ଃ ସାହୁ ଅତି ଦୁଃଖର ସହିତ ଏଗୁଡ଼ିକୁ ନ କରିବା ପାଇଁ ସମସ୍ତ ସରପଞ୍ଚ ମାନଙ୍କୁ ଅନୁରୋଧ କରିଛନ୍ତି । ଡ଼ଃ ସାହୁ କହିଛନ୍ତି , ଜିଲ୍ଲାର ଜିଲ୍ଲାପାଳ ଓ ପ୍ରଶାସନ ବହୁତ ଚେଷ୍ଟା ଚଳାଇଛନ୍ତି ଏହି ମହାମାରୀ ଘାତକକୁ ଅଟକାଇବା ପାଇଁ ଏବଂ ସେ ବହୁତ ଭଲ କାମ କରୁଛନ୍ତି । ଏଥିପାଇଁ ସମସ୍ତଙ୍କ ସହଯୋଗ ଦରକାର । ଲୋକ ମାନଙ୍କୁ ସଚେତନ କରିବା , ପ୍ରଶାସନକୁ ଜଣାଇବା ଆଦି କାର୍ଯ୍ୟକ୍ରମମାନ ସରପଞ୍ଚ ଦେଖି ପାରିବେ । ବେଳେବେଳେ କିଛି ଅଭିଯୋଗ ଆସୁଛି ଯେ କଣ୍ଟେନମେଣ୍ଟ ଅଂଚଳ , ହୋମ ଆଇସୋଲେସନ ରେ ଥିବା ଲୋକ ବାହାରକୁ ଆସୁଛନ୍ତି । ଏ ସବୁକୁ ଜଣେ ସରପଞ୍ଚ ଚାହିଁଲେ ଅଟକାଇ ପାରିବେ । ଜିଲ୍ଲାପାଳ ଲୋକ ସଚେତନତା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତଙ୍କୁ କହିଛନ୍ତି । ଏହି ବୈଠକରେ ଉପସ୍ଥିତ ଦୁଇ ବିଡିଓ , ନିର୍ବାହୀ ଅଧିକାରୀ, ତହସିଲଦାର ତଥା ମେଡିକାଲ ଅଫିସରଙ୍କ ଠାରୁ କୋଭିଡର ପ୍ରତିଟି ବିଷୟ ଉପରେ ସମୀକ୍ଷା କରି କଡାକଡି ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ପ୍ରତ୍ୟେକ ରୋଗୀଙ୍କୁ RRT ଟିମ ମାଧ୍ୟମରେ ଯୋଗାଯୋଗ କରାଯାଉଛି , ଜିଲ୍ଲାରେ ମେଡିସିନ୍ ଗଛିତ ଅଛି । ILI ଆଉ ସାରି ଉପରେ ଗୁରୁତ୍ୱ ଦେବା ପାଇଁ ସିଡିପିଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦରକାର ପଡ଼ିଲେ ଆହୁରି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ତହସିଲଦାର ମାନଙ୍କୁ କହିଛନ୍ତି। ଏହି ବୈଠକରେ ନିର୍ବାଚନ ମଣ୍ଡଳୀର ସରପଞ୍ଚ , ଜିଲ୍ଳା ପରିଷଦ ସଦସ୍ୟମାନେ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ , ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ , ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତ , ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡ଼ି , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରାୟ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

LEAVE A REPLY

Please enter your comment!
Please enter your name here