ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ସମୟରେ ଜିଲ୍ଲାର ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲ ର କ୍ଷମତା ବୃଦ୍ଧି କରାଯାଇଛି . ଆଗରୁ ସେଠାରେ ଦଶ ଗୋଟି ଆଇସିୟୁ ବେଡ଼ ଏବଂ ଅମ୍ଳଜାନ ପାଇପ ଲାଇନ ସଂଯୋଗ ଥିବା 31 ଟି ଶଯ୍ୟା ରହିଥିଲା .
ତେବେ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଆଉ ପାଞ୍ଚ ଟି ଆଇସିୟୁ ଶଯ୍ୟା ଏବଂ ଅମ୍ଳଜାନ ପାଇପ ଲାଇନ ସଂଯୋଗ ଥିବା 53 ଟି ବେଡ଼ ପ୍ରସ୍ତୁତ କରାଯାଇଛି . ତେବେ ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଜାରି କରିଥିବା ଗାଇଡ଼ ଲାଇନ କୁ ମାନି ଚଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜଣ ସାଧାରଣଙ୍କୁ ନିବେଦନ କରାଯାଇଛି .