ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ କିଛି ଦିନ ରାଜସ୍ୱ ବିଭାଗ ପକ୍ଷରୁ ଧରପଗଡ଼ କରାଯିବା ପରେ ଜିଲ୍ଲାରେ ସମସ୍ତ ଟ୍ରାକ୍ଟର ମାଲିକ ପ୍ରତିବାଦ କରିଥିଲେ । ରାଜସ୍ୱ ବିଭାଗ ଦ୍ୱାରା ଧରପଗଡ଼ ଆରମ୍ଭ ହେବା ପରେ ରାଜସ୍ୱ ଫାଙ୍କୁଥିବା ଟ୍ରାକ୍ଟର ମାଲିକ ଓ ବାଲି ମାଫିଆଙ୍କ ମନରେ ଛନକା ପଶି ଯାଇଥିଲା . ତେବେ କିଛି ଦିନ ବ୍ୟବଧାନ ପରେ ଅବସ୍ଥା ପୂର୍ବ ପରି . ବର୍ତ୍ତମାନ ସହରରେ ବାଲି ଓଭର ଲୋଡିଙ୍ଗ ସହିତ ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ସହର ନିକଟବର୍ତ୍ତୀ ଅଚଂଳରେ ବାଲି ମାଫିଆ ମାନେ ଟ୍ରାକ୍ଟର ଯୋଗେ ଶହ ଶହ ଟ୍ରିପ ବାଲି ନଦୀରୁ ନେଇ ଅନ୍ୟ ଏକ ଜାଗାରେ ଗଦାକରି ପରେ ସେହି ବାଲିକୁ ଚଢା ଦର ରେ ବିକ୍ରି କରି ମାଲାମାଲ ହେଉଛନ୍ତି । ରାଜସ୍ୱ ବିଭାଗ ହେଉ କି ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ହୋଇ ପଡିଛି ।