ପାର୍କିଙ୍ଗ ବ୍ୟବସ୍ଥା ଥାଇ ମଧ୍ୟ ରାସ୍ତା ମଝିରେ ପାର୍କିଙ୍ଗ : ଲୋକେ ହଇରାଣ ହରକତ !!!

0
274

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବଜାରକୁ ଯିବା ମୁଖ୍ୟ ରାସ୍ତାରେ ଦୁଇ ଚକିଆ ଓ ଚାରି ଚକିଆ ଯାନ, ଅଟୋ ରିକ୍ସା ପାର୍କିଙ୍ଗ କରୁଥିବା ଦ୍ବାରା ଜନ ସାଧାରଣ ଯାତାୟାତରେ ଅସୁବିଧା ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଦୀର୍ଘ ଦିନ ହେଲା ଏହି ଭଳି ପାର୍କିଙ୍ଗ ହେଉଥିବା ଦ୍ବାରା ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶ ଥାଉକି ପୌର ପରିଷଦ ପକ୍ଷରୁ ପାର୍କିଙ୍ଗ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ସେହି ଜାଗାରେ ଦୁଇ ଚକିଆ ଯାନ ରଖା ଯାଉନାହିଁ । କେବଳ ଚାରି ଚକିଆ ଯାନ ପାର୍କିଙ୍ଗ ହେଉଛି । ଯାହା ଫଳରେ ଜନ ସାଧାରଣ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସବୁ ଜାଣି ପୌର ପରିଷଦ ନିଦା ବିଷ୍ଣୁ ପାଲଟିଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡିଲେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଜନସାଧାରଣ ଯାତାୟାତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here