ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଦିନ କୁ ଦିନ ବଦଳୁଛି ରାଜନୈତିକ ପାଣିପାଗ ! କେମିତି ପାର ହେବେ ନିର୍ବାଚନ ବୈତରଣୀ , ସେଇ ଚିନ୍ତା ଘାରିଛି ନେତାଙ୍କୁ ! ବିଧାନସଭା ପ୍ରାର୍ଥୀ ପାଇଁ ବିଜେଡି ରେ ଆପାତତଃ କିଛି ଦ୍ଵନ୍ଦ ନଥିବା ବେଳେ , ଏବେବି ପ୍ରଶ୍ନ ଘେରରେ ବିଜେପି ଓ କଂଗ୍ରେସ ! ଯଦି ମେଣ୍ଟ ହୁଏ ତେବେ , ବାଙ୍କୀ ବିଜେପି ନିରୁପାୟ ! ହେଲେ କଂଗ୍ରେସ ର ପ୍ରାର୍ଥୀ କିଏ ହେବେ ସେନେଇ ଲୋକ ଏବେ ସନ୍ଦିହାନ ଅବସ୍ଥାରେ !

ଏପରି ସମୟରେ ସାମନାକୁ ଆସିଛି କଂଗ୍ରେସ କର୍ମୀ ସମ୍ମିଳନୀର ଏକ ଭିଡିଓ ! ଯେଉଁଥିରେ ସ୍ପଷ୍ଟ ଭାବରେ ଦଳ ବଦଳ ନେଇ ଆଲୋଚନା ହେଉଛି , ଏବଂ କଂଗ୍ରେସ ନେତା ଯେଉଁ ଦଳକୁ ଯାଆନ୍ତୁ ପଛେ ତାଙ୍କୁ ସହଯୋଗ କରିବା ପାଇଁ କର୍ମୀଙ୍କୁ ମତାଉଛନ୍ତି ଦଳୀୟ ନେତା !

