ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଧାରଣାରେ ବସି ରହିଛନ୍ତି ବରଗଡ ଜିଲ୍ଲା ତୁରା ସ୍ଥିତ ସମବାୟ ଚିନି କଳ ର କର୍ମଚାରୀ ! ଦାବୀ ପୂରଣ ପାଇଁ ବରଗଡ ଜିଲ୍ଲାପାଳ ଙ୍କ ଅଫିସ ସାମ୍ନାରେ ଦୀର୍ଘ ଦିନ ହେଲା ଧାରଣା ରେ ବସିଛନ୍ତି ! ସେମାନଙ୍କୁ ତାଙ୍କର ପାଉଣା ଦୀର୍ଘ ପାଞ୍ଚ ବର୍ଷ ରୁ ଉର୍ଦ୍ଧ ସମୟ ହେଲା ମିଳିନାହିଁ ! ଏପରି କି ଏହି ଦରମା ଟଙ୍କା ମାଗି ମାଗି କେତେ ଜଣ କର୍ମଚାରୀ ତାଙ୍କ ଶେଷ ନିଶ୍ୱାସ ନେଇ ଏ ଦୁନିଆ ରୁ ଚାଲି ଯାଇଛନ୍ତି ! ସେହିପରି ବରଗଡ ଜିଲ୍ଲା ପାଇକମାଳ ବ୍ଲକ ନୃସିଂନାଥ ସ୍ଥିତ ଆୟୁର୍ବେଦିକ କଲେଜ ର କେତେ ଜଣ କର୍ମଚାରୀ ମଧ୍ୟ ଚାକିରୀ ରୁ ଛଟେଇ ଓ ତାଙ୍କ ପ୍ରାପ୍ୟ ପାଇ ନାହାନ୍ତି ! ଏଥିପାଇଁ ସେମାନେ ମଧ୍ୟ ବରଗଡ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି !
ଧାରଣାରେ ବସିଛନ୍ତି ସମବାୟ ଚିନି କଳ କର୍ମଚାରୀ !!!

