ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ବେଞ୍ଚ ମାର୍କ ଭାଲ୍ୟୁ ବୃଦ୍ଧି ପ୍ରତିବାଦରେ ଓକିଲ ଓ ଜନସାଧାରଣ ପ୍ରତିବାଦ କରିଛନ୍ତି । ବେଞ୍ଚ ମାର୍କ ଭାଲ୍ୟୁ ବହୁତ ବଢ଼ାଇ ଦେଇଛନ୍ତି , ତାକୁ ବିରୋଧ କରି କମାଇବା ପାଇଁ ପ୍ରତିବାଦ କରାଯାଇଛି । ସରକାରଙ୍କ ନିୟମ ଅନୁଯାୟୀ ତାହା କରାଯାଉ ! ବୃଦ୍ଧି କରାଗଲେ ପ୍ରତିବାଦ କରାଯିବ । ଏହି ବେଞ୍ଚ ମାର୍କ ଭେଲ୍ୟୁସନ ବୃଦ୍ଧି ଦ୍ବାରା ରେଜିଷ୍ଟର ଭେଲ୍ୟୁସନ କିଣିବା ଲୋକ ବିକିବା ଲୋକ ଉପରେ ପ୍ରଭାବ ପଡିବ ଓ ଯାହା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେବେ ବୋଲି ପ୍ରକାଶ କରିଛନ୍ତି । ରେଜିଷ୍ଟ୍ରେସନ ଭେଲ୍ୟୁସନ କମାଇବାକୁ ପଡିବ । ଏହି ବିଷୟରେ ନିବନ୍ଧକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଗୁରୁତ୍ୱ ଦେଉନଥିଲେ ତେଣୁ ଏହି ପ୍ରତିବାଦ କରାଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।
ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ବେଞ୍ଚ ମାର୍କ ଭାଲ୍ୟୁ ବୃଦ୍ଧି ନେଇ ଓକିଲ ଓ ଜନସାଧାରଣ ଙ୍କ ପ୍ରତିବାଦ !!!

