ବହୁମୁଖି ପ୍ରତିଭା ର ଅଧିକାରୀ ପୂର୍ବତନ ସରପଞ୍ଚ ଯୁଧିଷ୍ଠୀର ମହାପାତ୍ର ଙ୍କ ବିୟୋଗ ରେ ଶୋକ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା କୁଳସରିଚୁଆଁ ପଞ୍ଚାୟତର ପୂର୍ବତନ ସରପଂଚ ବିଶିଷ୍ଟ ରାଜନେତା ଯୁଧିଷ୍ଠିର ମହାପାତ୍ର ଯେକି ତିନି ଥର ଲଗାତର ଭାବେ ସରପଞ୍ଚ ହୋଇଥିଲେ । କୁଳସରିଚୁଆଁ ହାଇ ସ୍କୁଲର ପ୍ରେସିଡେଣ୍ଟ ଥିଲେ ଏଥି ସହ ଜଣେ ଫୁଟବଲ୍ ଓ ହକି ଖେଳାଳୀ ହିସାବରେ ସର୍ବ ଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ । ପଟଣା ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ଉପଦେଷ୍ଟା ଥାଇ ଗାନ୍ଧୀବାଦି ଚିତ୍ର ଶିଳ୍ପୀ ଆନନ୍ଦ ଚରଣ ମହାନ୍ତି ଓ ସମାଜସେବୀ ନାଟ୍ୟକାର ନୃସିଂହ ଚରଣ ଦାସଙ୍କ ସହିତ ମିଶି ୪୨ ମୌଜାର ବହୁତ୍ କିଛି ଉନ୍ନତି କରିଥିଲେ । ତାଙ୍କର ଅବର୍ତ୍ତମାନ ରେ କଟକ ସଦର ୪୨ ମୌଜା ପଟଣା ଗ୍ରାମର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ତରଫରୁ ଏକ ଶୋକ ପାଳିତ ହେବା ସହିତ ତାଙ୍କର ଅମର ଆତ୍ମାର ସତ୍ ଗତି ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ।

Leave a Reply

Your email address will not be published. Required fields are marked *