ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗ୍ୟାସ ସିଲିଣ୍ଡର କଳାବଜାରୀ ରୋକିବାରେ ଗଜପତି ଯୋଗାଣ ବିଭାଗ ବିଫଳ । ଗୁହାରି କରିବି ଯାହାକୁ , ଘଇତା କରିଛି ତାହାକୁ ନୀତିରେ ଚାଲିଛି ବେପାର । ଗଜପତି ଜିଲ୍ଲାରେ ଦିନକୁ ଦିନ ଗ୍ୟାସ ସିଲିଣ୍ଡର କଳାବଜରୀ ବଢ଼ିବାରେ ଲାଗିଛି , ତାହାକୁ ରୋକିବାରେ ବିଫଳ ହୋଇ ପଡିଛି ଯୋଗାଣ ବିଭାଗ ! ଦିନକୁ ଦିନ ଘରୋଇ ସିଲିଣ୍ଡର କଳାବଜାରି ହେଉଛି ଯାହାଦ୍ଵାରା ସାଧାରଣ ନାଗରିକ ଟି ବଞ୍ଚିବା କଷ୍ଟକର ହୋଇପଡିଛି । ଚା, ଟିଫିନ୍, ଫାଷ୍ଟଫୁଡ, ହୋଟେଲ, ଚାଟଦୋକାନ, ରେଷ୍ଟୁରାଣ୍ଟ ଗୁଡିକରେ କମର୍ସିଆଲ ଗ୍ୟାସ ବ୍ୟବହାର ହେବା ବଦଳରେ ଘରୋଇ ସିଲିଣ୍ଡର ବ୍ୟବହାର ହେଉଛି ! ଯାଦ୍ଵାରା କିଛି ଉପଭୋକ୍ତା ଗ୍ୟାସ ସିଲିଣ୍ଡର ବିକ୍ରି କରୁଛନ୍ତି ହୋଟେଲ, ଚ। ଟିଫିନ୍, ରେଷ୍ଟୁରାଣ୍ଟକୁ , ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ! ଯାହା ଫଳରେ ଏଭଳି ଅବସ୍ଥା ସୃଷ୍ଟି ହେଉଛି । ବିଭାଗ ସବୁ ଜାଣି ଚୁପ୍ ବସିଛି , ଶିଙ୍ଗ ଧରିଲେ କ୍ଷୀର ଦୁହିଁବା ନୀତିରେ । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ସାଧାରଣ ନାଗରିକ ଉପକୃତ ହୋଇପାରିବେ ।
ସିଲିଣ୍ଡର କଳାବଜାରୀ ରୋକିବାରେ ଯୋଗାଣ ବିଭାଗ ବିଫଳ !!!

