ଡୁବୁରୀ ମୌଜାର 127 ନଂ ଖାତାର ପାଉତି କାଟିବା ଦାବିରେ ସୁକିନ୍ଦା ତହସିଲ ଅଫିସ ଦ୍ୱାରସ୍ଥ ହେଲେ ମହିଳା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଡୁବୁରୀ ମୌଜାର 127 ନଂ ଖାତାର ପାଉତି କାଟିବା ଦାବିରେ ସୁକିନ୍ଦା ତହସିଲ ଅଫିସ ଦ୍ୱାରସ୍ଥ ହେଲେ ମହିଳା ! ସୁକିନ୍ଦା ତହସିଲ ଅନ୍ତର୍ଗତ ଡୁବୁରୀ ମୌଜାର 127 ନଂ ଖାତାର ପାଉତି କାଟିବା ଦାବିରେ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ସୁକିନ୍ଦା ତହସିଲ ଅଫିସ ପହଞ୍ଚି ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଦୀର୍ଘ ଦିନ ହେବ ସୁକିନ୍ଦା ତହସିଲ ପକ୍ଷରୁ ଡୁବୁରୀ ମୌଜାର 127 ନଂ ଖାତାର ପାଉତି କଟା ବନ୍ଦ ଥିବା ହେତୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଡୁବୁରୀ ମୌଜାର 127 ନଂ ଖାତାର ପାଉତି କଟା ଦାବିରେ ସ୍ଥାନୀୟ ଅଞ୍ଚଳର ଅନେକ ମହିଳା ସୁକିନ୍ଦା କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି !

Leave a Reply

Your email address will not be published. Required fields are marked *