ବାଲୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ଉଦଘାଟିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ବ୍ଲକ ବାଲୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନୂତନ ଭାବେ ନିର୍ମାଣ କରାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ଆଜି ଉଦଘାଟିତ ହୋଇଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଆନୁକୁଲ୍ୟରେ ନିର୍ମାଣ କରାଯାଇଥିବା ଏହି ଗୃହକୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଉଦଘାଟନ କରିଛନ୍ତି । ୯୭ ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ କ୍ଷମତା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଯାଇଥିବା ସୂଚନା ମିଳିଛି । ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତଠାରୁ ୪ ଶହରୁ ଉର୍ଦ୍ଧ୍ୱ ବାଇକ ଶୋଭାଯାତ୍ରାରେ ବାଲୁଗାଁ ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ବିଧାୟକଙ୍କୁ ସ୍ୱାଗତ କରାଯାଇଥିଲା ।ଦଳୀୟ କର୍ମୀମାନେ ନବୀନ ଓ ଅରୁଣ ନାରାରେ ନୟାଗଡ଼ ଖଣ୍ଡପଡ଼ା ରାସ୍ତାକୁ ପ୍ରକମ୍ପିତ କରିଥିଲେ । ଉଦଘାଟନ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ସ୍ଥାନୀ ୟସରପଞ୍ଚ ମନୋଜ କୁମାର ନାୟକ, ସମିତି ସଭ୍ୟ କବିତା ନାୟକ ପ୍ରମୂଖ ସାମିଲ ହୋଇଥିଲେ । ଏହି ଅବସରରେ ନୟାଗଡ଼ ବିକାଶ ସମ୍ପର୍କରେ ବିଧାୟକ ବକ୍ତବ୍ୟ ରଖିବା ସହ ବିକାଶ ପାଇଁ ଭିଜନ୍ ସହ ସୁପରଭିଜନ୍ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ ।ଗ୍ରାମାଞ୍ଚଳକୁ ସହରାଞ୍ଚଳ ଭଲି ସୁବିଧା ପ୍ରଦାନ କରିବା ଏବଂ ଉନ୍ନୟନ ମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଆସୁଥିବା କହିଥିଲେ । ନୟାଗଡ଼ରେ ଆମେ ବିକାଶକୁ ଗୁରୁତ୍ୱ ଦେଉଥିବା ବେଳେ ବିରୋଧି ବକବାସ୍‌କୁ ଗୁରୁତ୍ୱ ଦେଉଥିବା କହିଥିଲେ ।ଆମେ ବିକାଶକୁ ନେଇ ଲୋକଙ୍କ ପାଖକୁ ଯାଉଛୁ, ସେମାନେ ବକବାସକୁ ଧରି ଲଢ଼େଇ କରିବାର ସ୍ୱପ୍ନ ଦେଖୁଛନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବାଲୁଗାଁ ପଞ୍ଚାୟତ ବହୁ ବୁଦ୍ଧିଜୀବି ଏବଂ ମହିଳା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *